ଆରଡ଼ି ଧାମରେ ଚଳଚଞ୍ଚଳ ହେଲା ହର-ଗୌରୀ ବିବାହ ବନ୍ଧନ।
ଭଦ୍ରକ ୨୦/୦୬ ( ନବଦୂତ ) : ସୂଚନା ମୁତାବିକ-ଗତକାଲି ଆରଡ଼ି ଧାମରେ ଚଳ ଚଞ୍ଚଳହେଲା ହରଗୌରୀଙ୍କ ବିବାହ ବନ୍ଧନ। ବର୍ଷା ର ଆଗମନ ଶୀତଳଷଷ୍ଠୀ ରେ ବିଭାହ ବନ୍ଧନ ରେ ବନ୍ଧିତ ହେଲେ ବାବା ଆଖଣ୍ଡଳମଣି ମନ୍ଦିରରେ ହରଗୌରୀ ବିଭାହ। ପୂର୍ବରୁ ଲଗ୍ନଚିତାଉ ଅନୁଯାଇ ବିଭାହ ପୂର୍ବଦିନ ବରଘର ଓ କନ୍ୟାଘରେ ରୀତି ନୀତି ଅନୁଯାଇ ଶିବ ପାର୍ବତୀ ଙ୍କୁ ହଳଦୀ ଲଗାଣ। ପୁଣି ରାତ୍ରୀ ରେ କନ୍ୟାଘରକୁ ବହୁ ରୋଷଣୀ ବାଦ୍ୟ ନାନା ପ୍ରକାର ଆଲୋକ ଓ ପୁଷ୍ପରେ ସଜିତ ବୀମାନରେ ଶିବ ଙ୍କୁବର ଆଗମନ ଓ ଯଥା ରୀତି କ୍ରାନ୍ତି ରେ କନ୍ୟାଘରେ ଶଙ୍ଖ ହୁଳହୁଳି ପୂଜା ବେଦୀ ମଣ୍ଡପ ରେ ହରଗୌରୀ ଙ୍କୁ ପୂଜକ ମାନଙ୍କ ହସ୍ତଗଣ୍ଠି ମନ୍ତ୍ର ରେ ବେଦୀମଣ୍ଡପ ଆନନ୍ଦ ମୁଖରିତ ହୋଇଉଠି ଥିଲା, ଉକ୍ତ ହରଗୌରୀ ବିଭାହ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଙ୍କ ଆଧିପତ୍ୟ ରେ ପାଳିତ ହୋଇ ଯାଇଛି ଆରଡ଼ି ବାବାଙ୍କ ଶିବବିଭାହ କାର୍ଯ୍ୟକ୍ରମ।
ସାମ୍ବାଦ ଦାତା-ମାନସ କୁମାର ସାହୁ