ଲଡ଼ୁଗାଁରେ ବଢ଼ୁଛି ପ୍ରଦୂଷଣ ଆତଙ୍କ: ରାଇସ ମିଲ ଓ ଶିଳ୍ପ ସଂସ୍ଥା ବିରୋଧରେ ଜନଅସନ୍ତୋଷ
କୋକସରା, ୧୬/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧିନରେ ଥିବା ଲଡ଼ୁଗାଁ ହେଉଛି ଜିଲ୍ଲାର ମୂଖ୍ୟ ବାଣିଜ୍ୟ ପେଣ୍ଠ ସ୍ଥଳି ଅଟେ। ଏହି ଗ୍ରାମରେ ୧୪ ଟି ରାଇସ ମିଲ, ଦୁଇଟି ଆଲୁମିନିୟମ ଫ୍ୟାକ୍ଟ୍ରି ଓ ଗୋଟିଏ ପିଚୁ ପ୍ଲାଣ୍ଟ ଅଛି। ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ର ନିୟମ କାନୁନ କୁ ବେଖାତିର କରି ଲଡ଼ୁଗାଁ ମିଲରସ ମାନେ ଖୁଲମ ଖୁଲା ଆବର୍ଜ୍ଜନା, ଡ଼ଷ୍ଟ ଓ ରାକଡ ଗୁଡ଼ିକୁ ଖୋଲା ସ୍ଥାନ ଓ ନଦି ନର୍ଦ୍ଦମା ରେ ଅତିବାହିତ କରୁଥିବାରୁ ପାଣି ପବନ ପ୍ରଦୂଷଣ ବଢ଼ିବାରେ ଲାଗିଛି. ଓ ନିରିହ ମାନଙ୍କ ଚାଷ ଜମି ବଞ୍ଜର ହେବାରେ ଲାଗିଛି ଯାହାଦ୍ଵାରା ଜନ ସାଧାରଣ ନାହିଁନଥିବା ସମସ୍ୟା ଗୁଡ଼ିକ ସମ୍ଭୁଖିନ ହେଉଛନ୍ତି। ଲଡ଼ୁଗାଁ ରେ ପ୍ରଦୂଷଣ ବଢିବା ଦ୍ଵାରା ଜନ ସାଧାରଣ ପଥିକ ଓ ବାଇକ ଆରୋହି ମାନଙ୍କ ଆଖି ଓ ନିଃଶ୍ୱାସ ରେ ଡଷ୍ଟ ଗୁଡ଼ିକ ପସୁଅଛି ଏବଂ ସମସ୍ତ ପୋଖରି, ନଦି, ନର୍ଦ୍ଦମା ଓ କେନାଲ ଗୁଡ଼ିକୁ ପ୍ରଦୂଷଣ କରିବା ଦ୍ଵାରା ପ୍ରତିବର୍ଷ ହଇଜା ପରି ମାରାତ୍ମକ ରୋଗ ବ୍ୟାପି ଥାଏ। ବର୍ତ୍ତମାନ ପ୍ରତିବର୍ଷ ପ୍ରଦୂଷଣ ବଢ଼ୁଥିବା ଦ୍ଵାରା ବିଭିନ୍ନ ମାରାତ୍ମକ ରୋଗ ବ୍ୟାପିବା ସମ୍ଭବ ଥିବାରୁ ଆଉ କେହି ବର୍ଷ ପରେ ଏହି ଗ୍ରାମ ଜନବସତି ସମ୍ଭବ ହେଇ ପାରିବ ନାହିଁ। ବର୍ତ୍ତମାନ ଏହି ସମ୍ବେଦନ ସମସ୍ୟା କୁ ରୋକିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳ, ମାନବାଧିକାର ଅଧିକାରୀ, ସରକାର ଓ ଜନ ପ୍ରତିନିଧି ଙ୍କୁ ବାରମ୍ୱାର ଲିଖିତ ଆପତ୍ତି ଅଭିଯୋଗ କରିଥିବା ସତ୍ତ୍ୱେ ମଧ୍ୟ କାହା ଚାପ ରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସରକାର ପ୍ରତେକ ରାଇସ ମିଲ ପାଇଁ ଜଳ ବାୟୁ ପ୍ରଦୂଷଣ ନିୟନ୍ତ୍ରିତ କରିବା ପାଇଁ crcb/ospcb ନିର୍ଦେଶାବଳି ସହିତ ମିଲର ଅନୁପାଳନର ସlମ୍ରତିକ ଯଥା ସାଇକ୍ଲୋନ /ପ୍ଲସ ଜେଟ ବ୍ୟାଗ ଫିଲଟର ETPs ର ବ୍ୟବସ୍ଥା ଥିବା ବେଳେ ନିୟମ ଉଲଗ୍ନ କରୁଛି.ଲଡ଼ୁଗାଁ ରାଇସ ମିଲ। ଯାହା ଫଳରେ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି ଏବଂ ଅଞ୍ଚଳ ରେ ବସ ବାସ କରୁ ଥିବା ଲୋକେ ତଥା ଯାତା ୟତ କରୁ ଥିବା ଯାତ୍ରୀଙ୍କ ପାଇଁ ବିପଦ ସଂକୁଳନର ସମ୍ଭାବନା ରହିଛି.କିନ୍ତୁ ଲଡ଼ୁଗାଁ ରାଇସ ମିଲ ନିୟମ ଉଲଗ୍ନ କରିବାରେ ପଛାଉ ନାହିଁ। ଏଥିରୁ ସନ୍ଧେହ ପ୍ରକାଶ କି ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଲଡ଼ୁଗାଁ ରାଇସ ମିଲ ପାଖରେ କୌଣସି ପ୍ରକାର ସାଇକ୍ଲୋନ / ଜେଟ ବ୍ୟାଗ ଫିଲଟର ETP ର ସୁବିଧା ନାହିଁ। ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ ପକ୍ଷରୁ କିଭଳି ଭାବରେ ତଦନ୍ତ ସହିତ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା