Hot Posts

6/recent/ticker-posts

ବଦଳିଲେ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ

ଭଞ୍ଜନଗର, ୧୫/୦୬ ( ଜେ.କେ ପଟ୍ଟନାୟକ ) : ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଶାଖାର ପରିଚାଳକ ଅନୁପ ସିଲ୍ ଦୀର୍ଘଦିନ ହେଲା ସୁଚାରୁ ରୂପେ ସମସ୍ତ ଦାୟିତ୍ୱ ତୁଲାଇ ଆସୁଥିବା ଯୋଗୁଁ ଗ୍ରାହକଙ୍କ ପ୍ରିୟପାତ୍ର ଥିଲେ।ବର୍ତ୍ତମାନ ତାଙ୍କର ଅନ୍ୟ ଶାଖାକୁ ବଦଳି ହୋଇ ଯାଇଥିବା ଯୋଗୁଁ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ତାଙ୍କୁ ବ୍ୟାଙ୍କ୍ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦାୟୀ ଶାଖା ପରିଚାଳକ ଶ୍ରୀ ସିଲ୍ ଗତ ଦୁଇ ବର୍ଷ ଧରି ଗୋବରା ଶାଖାରେ ପରିଚାଳକ ଭାବେ ଗ୍ରାହକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରି ଆସୁଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ମିଷ୍ଠଭାଷୀ କର୍ମଚାରୀ ଭାବେ ଗ୍ରାହକ ମାନଙ୍କୁ ବ୍ୟାଙ୍କିଙ୍ଗ ସୁବିଧା, ଋଣ ପ୍ରଦାନ, ଗ୍ରାହକ ବୃଦ୍ଧି, ଗ୍ରାହକ ସୁରକ୍ଷା ଆଦି କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏହି ଅବସରରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ଶାଖା ପରିଚାଳକଙ୍କୁ ମାନପତ୍ର, ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ସହ ଶାଖା ପରିଚାଳକ କିଶୋର କାହ୍ନା, କର୍ମଚାରୀ ସଞ୍ଜୀବ, ବିପିନ ପାଳ, ଚନ୍ଦନ, ପ୍ରଶାନ୍ତ, ବଳରାମ ଲେଙ୍କା, ବାବୁନି ଶତପଥୀ, ହରିହର ସାହୁ ପ୍ରମୁଖ ସହଯୋଗ କରିଥିଲେ।