Hot Posts

6/recent/ticker-posts

ଅସରାଏ ବର୍ଷାରେ ବେହାଲ କଟକ ଶିଶୁଭବନ!

କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ମାତ୍ର କିଛି ସମୟର ବର୍ଷାରେ କଟକ ଶିଶୁଭବନ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ପାଣି ଆଉ ପାଣି। ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏମିତି ଯେ, ଛୋଟ ଛୋଟ ଶିଶୁଙ୍କୁ କୋଳରେ ଧରି ଅଭିଭାବକମାନେ ପାଣି ଭିତରେ ଚାଲି ହସ୍ପିଟାଲ ଭିତରକୁ ଯାଉଛନ୍ତି। ଅନେକ ସ୍ଥାନରେ ଲିଫ୍ଟ ଓ ପ୍ରବେଶ ପଥ ନିକଟରେ ମଧ୍ୟ ପାଣି ଜମି ରହିଥିବା ଦେଖାଯାଇଛି। ପ୍ରଶ୍ନ ଉଠୁଛି, ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା କେଉଁଠି? ଯଦି ଅଛି, ତେବେ କାମ କାହିଁକି କରୁନାହିଁ? ରୋଗୀଙ୍କ ସୁରକ୍ଷା ଓ ସୁବିଧାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।