Hot Posts

6/recent/ticker-posts

ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ, କଣ୍ଟ୍ରାକ୍ଟର ଙ୍କ ଠାରୁ ନେଇଥିଲେ ୨ ଲକ୍ଷ

ରାୟଗଡା, ୨୪/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ପ୍ରସନ୍ନ ପଟନାୟକ ଭିଜିଲାନ୍ସ ଜାଲରେ ଆଜି ପଡିଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ଜୈନିକ କଣ୍ଟ୍ରାକ୍ଟର ଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ I ଏନେଇ କଣ୍ଟ୍ରାକ୍ଟର ଜଣଙ୍କ ଭିଜିଲାନ୍ସ କୁ ଅବଗତ କରିବା ପରେ କତୁରୁ ନିକଟ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା I ରାୟଗଡା ଭିଜିଲାନ୍ସ ଡି ଏସ ପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡି ଏସ ପି ଅଭୟ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ ହୋଇଥିଲା I ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଜବତ କରିଛି I ଏକ ଦଶ ଜଣିଆ ଟିମ ଚଢ଼ାଉ କରୁଥିବା ଜଣାପଡିଛି I ନୟାଗଡ କିଲ୍ଲା ଏବଂ ଭୁବନେଶ୍ୱର ଠାରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଚଳିତ ମାସରେ ଚାକିରିରୁ ଅବସର ନେଇଥାନ୍ତେ କିନ୍ତୁ ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ I ସ୍ଥାନୀୟ କଂଟ୍ରାକଟର ମାନେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ I ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ସରିଲା ପରେ ତାଙ୍କ ସମ୍ପତି ସମ୍ପର୍କରେ ସୂଚନା ମିଳିବ ବୋଲି ଡି ଏସ ପି ସୂର୍ଯ୍ୟକାନ୍ତି ଟାକ୍ରୀ ସୂଚନା ଦେଇଛନ୍ତି I