Hot Posts

6/recent/ticker-posts

ସାନପୋଡାଗୁଡା ୪ୱେ ରାସ୍ତା ଠାରେ ଦୁର୍ଘଟଣାରେ ଭାଲୁର ମୃତ୍ୟୁ ।

କଳାହାଣ୍ଡି, ୧୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଲାହାଣ୍ଡି ଜିଲ୍ଲା କୋକସରା ଥାନା ସାନ ପୋଡ଼ାଗୁଡା ବିଜୁ ଏକ୍ସପ୍ରେସ ୱେ ରେ ଗତକାଲି ବିଳମ୍ବିତ ରାତିରେ କୌଣସି ଅଜଣା ଗାଡି ଧକ୍କା ରେ ରାସ୍ତା ପାର ହେଉଥିବା ବେଳେ ଏକ ଭାଲୁ ର ମୃତ୍ୟୁ ହୋଇଛି। ସକାଳୁ ଭାଲୁ ମରି ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ। ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁ ର ମୃତ ଦେହ ଉଦ୍ଧାର କରିବା ସହ ଘଟଣା ର ତଦନ୍ତ ଜାରି ରଖିଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ