ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଷ୍ଟପ୍ ଡାଇରିଆ ଅଭିଯାନ - ୨୦୨୬ ର ଶୁଭାରମ୍ଭ।
ଯାଜପୁର, ୧୯/୦୬ ( ନିରୋଜ କୁମାର ସେଠୀ) : ଆଜି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଦଶରଥପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲା ସ୍ତରୀୟ ଷ୍ଟପ୍ ଡାଇରିଆ ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି। ଏହି ଅଭିଯାନର ଉଦ୍ଦେଶ୍ୟ ଡାଇରିଆ ରୋଗ କାରଣରୁ ହେଉଥିବା ଶିଶୁ ମୃତ୍ୟୁହାରକୁ ଶୂନ୍ୟ କରିବା। ଏହି ଅଭିଯାନକୁ ସଫଳ କରିବା ପାଇଁ ଆଶା ଦିଦି ମାନେ ପ୍ରତ୍ୟେକ ଘରେ ୨ ପ୍ୟାକେଟ୍ ଲେଖାଏଁ ଓ.ଆର୍.ଏସ ଯୋଗାଇଦେବେ। ଏହି ଷ୍ଟପ୍ ଡାଇରିଆ ଅଭିଯାନ ଜୁନ୍ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। "ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ସହ ଓ.ଆର୍.ଏସ ଉପରେ ରଖିବା ଧ୍ୟାନ" ବାର୍ତ୍ତା କୁ ନେଇ ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏ.ଡି.ପି.ଏଚ.ସି.ଓ . ସଂଯୁକ୍ତା ପଣ୍ଡା, ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ, ଡ଼ା. ଅନୁସୟା ଜେନା, ସରପଞ୍ଚ ଦଶରଥପୁର ଶ୍ରୀ ଧର୍ମରାଜ ଧୀର, ବନିତା ଦାସ, ଏମ୍.ପି.ଏଚ୍.ଏସ. ଏମ୍ ଚନ୍ଦ୍ରଜିତ୍ ପତି, ବ୍ରହ୍ମାନନ୍ଦ ସାହୁ, ଅଶ୍ୱିନ ଖୁଣ୍ଟିଆ, ଜୟଜଗନ୍ନାଥ ଦତ୍ତ, ଲୋପାମୁଦ୍ରା ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାର ଆୟୋଜନ ପି.ଏଚ୍.ସି.ଓ ମଙ୍ଗଳପୁର ଡ଼ା. ବନିତା ଦାଶ ଏବଂ ଅଜୟ କର, ଏ.ଡି.ପି.ଏଚ୍.ସି.ଓ ସଂଯୁକ୍ତା ପଣ୍ଡାଙ୍କ ସହଯୋଗରେ ହୋଇଥିଲା। ଏହି ସଭାକୁ ଡ଼ା. ବନିତା ଦାଶ ପରିଚାଳନା କରିଥିବା ବେଳେ ଏ.ଡି.ପି.ଏଚ୍.ସି.ଓ . ସଂଯୁକ୍ତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।