Hot Posts

6/recent/ticker-posts

କାର୍ଯ୍ୟରତ ବି.ଏଲ୍.ଓଙ୍କୁ ମରଣାନ୍ତକ ଆକ୍ରମଣ

କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ପ୍ରଦୀପ କୁମାର ଜେନା ଛତ୍ରବଜାର ହାଇସ୍କୁଲ୍ ର ଶିକ୍ଷକ କିନ୍ତୁ ବର୍ତ୍ତମାନ ସରକାରଙ୍କ ଭୋଟର ଭିତ୍ତିକ କାର୍ଯ୍ୟକ୍ରମରେ ସେ ବି.ଏଲ୍.ଓ ଭାବେ ବର୍ତ୍ତମାନ କାର୍ଯ୍ୟରତ, ଆଜି ମଧ୍ୟାନ୍ନରେ ସେ ଶଙ୍କରପୁର ଢିଅସାହିରେ ସ୍ଥାନୀୟ ଲୋକ ମାନଙ୍କ ସହ ମିଶି କାର୍ଯ୍ୟ କରୁଥିବା ସମୟରେ ହଠାତ ନୂଆସାହି ଅଞ୍ଚଳର ଲକି ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଏକ ଗାଡିଚାବି ସାହାଯ୍ୟରେ ତାଙ୍କ ମୁଣ୍ଡ ଓ କାନକୁ ବାରମ୍ବାର ଆକ୍ରମଣ କରିଚାଲିଥିଲେ ଫଳରେ ସେ ପଡିଯାଇଥିଲେ, ଅଭିଯୁକ୍ତ ତାଙ୍କ ମୋବାଇଲ ଛଡାଇନେବା ସହିତ ସମସ୍ତ ସରକାରୀ କାଗଜପତ୍ର ମଧ୍ୟ ନଷ୍ଟ କରିଦେଇଥିଲେ, ଉପସ୍ଥିତ ସ୍ଥାନୀୟ ବାସିନ୍ଦା ପ୍ରଦୀପଙ୍କୁ ଉଠାଇବା ସହ ଆକ୍ରମଣ କରିଥିବା ଯୁବକଙ୍କୁ କାବୁକରି ବାଦାମବାଡ଼ି ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ, ଏ ନେଇ ଏକ ମାମଲା ବାଦାମବାଡ଼ି ଥାନାରେ ଦାୟର ହୋଇଛି, ଥାନା ପକ୍ଷରୁ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କୁ ପୋଲିସ ମେଡିକାଲ ପରୀକ୍ଷା ପାଇଁ ସିଟି ହସ୍ପିଟାଲକୁ ପଠାଇ, ଅଭିଯୁକ୍ତକୁ କୋର୍ଟ୍ ଫରଓ୍ବାର୍ଡ କରାଯିବ ବୋଲି ଆଇଆଇସି ଅଜୟ କୁମାର ରାଉଳ କହିଛନ୍ତି, ଠିକ୍ ସେହିପରି ସଙ୍ଗମ ସିନେମା ଗଳିରେ କାର୍ଯ୍ୟ କରୁଥିବା ସମୟରେ ବି.ଏଲ.ଓ ମଧୁସ୍ମିତା ଦାସଙ୍କୁ ମଧ୍ୟ ଗତକାଲି କିଛି ଲୋକ ଅଭଦ୍ର ଭାଷାରେ ଗାଳି କରିବା ସହ ଫୋନରେ ମଧ୍ୟ ଅଶାଳୀନ ଭାଷାରେ ଗାଳିମନ୍ଦ କରିଛନ୍ତି, ସହରର ବିଭିନ୍ନ ଅଞ୍ଚଳରେ ବି.ଏଲ୍.ଓ ମାନେ କାମ କରିବା ସମୟରେ ବାରମ୍ବାର ଆକ୍ରମଣ ଓ ଖରାପ ବ୍ୟବହାରର ସମ୍ମୁଖୀନ ହେଉଛନ୍ତି ଯାହା ଫଳରେ ସେମାନେ ନିଜକୁ ଅସୁରକ୍ଷିତ ଓ ଅସହାୟ ମଣୁଛନ୍ତି ବୋଲି ଜଣେ ସୁପରଭାଇଜର ନିଜ ନାମ ଗୁପ୍ତ ରଖି କହିଛନ୍ତି.