Hot Posts

6/recent/ticker-posts

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା

ଆଗଲପୁର, ୧୯/୦୬ ( ମୋତିଲାଲ ସାହୁ ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଲଳିତ ମୋହନ ମେହେର ସ୍ମୁତି ସଭା ଗୃହ ରେ ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଳ୍ପ , ଅଣୁ କ୍ଷୁଦ୍ର ,ମଧ୍ୟମ ଉଦ୍ୟୋଗ ଅଧିକ।ରି ଗୋଲକ ବିହାରୀ ପଳେଇ , ଏ ବି ଡି ଓ ରୁଦ୍ର ପ୍ରସାଦ ସୁନା , ବିଧାୟକ ମକ ଆଗଲପୁର ପ୍ରତିନିଧି ପିତାମ୍ବର କଣ୍ଟା, ଜିଲ୍ଲା ନିୟୋଜନ ଅଧିକାରୀ ଭରତ ଦାସ , ଡୁଡୁକା ଷ୍ଟେଟ ବ୍ୟାଙ୍କ ଅଧିକାରୀ ଶ୍ରୀନିବାସ ପଟେଲ , ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଶ୍ୟାମ ମେହେର , ମଞ୍ଚ।ଷିନ ଥିଲେ ।ଉକ୍ତ କାର୍ଯ୍ୟ କ୍ରମ କୁ ବ୍ଲକ ବରିଷ୍ଟ ରାଜସ୍ବ ସହାୟକ ଜ୍ୟୋତି ପ୍ରକାଶ ସାହୁ ସଂଯୋଜନା ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଯୁବ ସମାଜ ପ୍ରତି ସ୍ବାବଲମ୍ବୀ ହେବ ।ସହିତ ଖାଦ୍ୟ ପୋଷଣ , ବାଲ୍ୟ ବିବା ହ ନିରାକରଣ ର ସଚେତନତା , ଶିକ୍ଷା ,ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସାଇବର ଠକେଇ ରୁ ସଚେତନ ହେବା ଉପରେ ତଥା ଆଜିର ବିଷୟ ଉପରେ ଅନ୍ୟାନ୍ୟ ସମସ୍ୟା ଉପରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ ।ଆଗଲପୁର ବ୍ଲକ ତଥା ଜିଲ୍ଲା ରେ ଟପ୍ପର ହୋଇ ଥିବା ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ନୀତିଶ ବେହେରା ଓ+୨ କାଳରେ ପ୍ରଥମ ସ୍ଥାନ ହାସଲ କରିଥିବା ଖିରୋଦ୍ରି ତନୟ। ମିଶ୍ର ଙ୍କୁ ସଭାରେ ଅତିଥି ମାନେ ସମ୍ମାନିତ କରିଥିଲେ ।ଏହି ପରି ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ରେ ଏହି କାର୍ଯ୍ୟକ୍ରମ କୁ ତୃତୀୟ ଦିନରେ ପଦାର୍ପଣ କରି ଥିବାରୁ ଏହିଦିବସ କୁ ପାଳନ କରାଯାଉଛି l ଏଣୁ ଆଗଲପୁର ବିଜ୍ଞାନ କଲେଜ , ରୋତ କଲେଜ , ଜଳନ୍ଧର କଲେଜ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହିତ ଆଙ୍ଗନବ।ଡି କର୍ମୀ ଓ ବି ଜେ ପି ର  ଯୁବ ସଭାପତି ସୁକେସ ଥପ୍ପା , ଯୁବ ଉପ ସଭାପତି ରାଜୀବ ଲୋଚନ ଭୋଇ , ବରିଷ୍ଟ କର୍ମୀ ଭକ୍ତର।ମ୍ ସାହୁ , ରିଙ୍କୁ ସାହୁ , ପ୍ରେମାନନ୍ଦ ପଧାନ , ଉତ୍ତମ ନାୟକ , ଡିଙ୍ଗର ଜାଲ , ବବୁଲୁ ସାହୁ , କୀର୍ତ୍ତନ ଭୁଏ , ଦେବାନନ୍ଦ ପଧାନ ପ୍ରମୁଖ l ଜ୍ୟୋତିପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ଷ୍ଟାଫ ସହଯୋଗ କରିଥିଲେ l