Hot Posts

6/recent/ticker-posts

ସଂପୁର ପ୍ରସିଦ୍ଧ ରଜ ଉତ୍ସବ ଉଦଯାପିତ।

ବୋଲଗଡ, ୧୯/୦୬ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରସିଦ୍ଧ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏଥିରେ ଯୁବ ସମାଜସେବୀ ନିରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ, ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଚିତ୍ତ ରଞ୍ଜନ ମିଶ୍ର,ପୂର୍ବତନ ସରପଂଚ ଅର୍ଜୁନ କୁମାର ସାହୁ, ନୟାଗଡ଼ ଜିଲ୍ଲା ଉଜିବନି ବ୍ୟାଙ୍କ ମ୍ୟାନଜର ସୌମ୍ୟରଞ୍ଜନ ମହାନ୍ତି,ଯୁବ ସମାଜସେବୀ ମାନସ ରଞ୍ଜନ ସାମନ୍ତରା ,ହେମନ୍ତ କୁମାର ଦେଓ, ବାଦଲ କୁମାର,ସାମ୍ବାଦିକ ପାଣ୍ଡବ ସାହୁ,ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ରଜ ଉତ୍ସବ ବୋଲି ଅତିଥି ମତ ପ୍ରକାଶ କରିଥିଲେ l ରଜ ପର୍ବ ଏକ ଗଣ ପର୍ବ ସମସ୍ତ ଯୁବକ ଓ ପୁରୁଷ ମାନେ ଏହି ରଜ ପର୍ବରେ ଘର ମୁଁହା ହୋଇ ଘରକୁ ବାହୁଡ଼ିଥାନ୍ତି କାରଣ ଏହି ପର୍ବ ଭାଇଚାରା ର ପର୍ବ ଭାବରେ ବେଶ ଜଣା ଶୁଣା ଏବଂ ଏହି ରଜ ପର୍ବ ନୂତନ ଚାଷ କାର୍ଯ୍ୟ ପାଇଁ ଶୁଭ ସଂକେତ ଦେଇଥାଏ ଓ ରଜ ପର୍ବ ରେ ସମସ୍ତ ମହିଳା ରାଜବତୀ ହୋଇ ନୂତନ ପୋଷାକ ପିନ୍ଧି ଏକାଠି ମିଳିମିଶି ବିଭିନ୍ନ ବ୍ୟଞ୍ଜନ ଖାଇବା ସହିତ ନନା ଖେଳ ଖେଳିଥାନ୍ତି ବୋଲି ସାନମାନିତ ଅତିଥି ମାନେ କହିଥିଲେ l ବୋଲଗଡ ବ୍ଲକ ରେ ରଜ ୪ଦିନ ପାଳନ କରାଯାଉଥିବା ବେଳେ ସଂପୁର ଗ୍ରାମରେ ଏହି ପର୍ବ କୁ ୬ ଦିନ ଧରି ପାଳନ କରାଯିବା ସହିତ ୬ଦିନ ପର୍ଯ୍ୟନ୍ତ ମଧ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ।ଏହି ଉଦଯାପନୀ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଜଗନ୍ନାଥ ନାଟ୍ୟ ପରିଷଦ ପକ୍ଷରୁ ନିଆରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା।ସଂପୁର ରଜ ଉତ୍ସବକୁ ସରସ ସୁନ୍ଦର କରୁଥିବା ଅନୁଷ୍ଠାନ, କୃତିତ୍ୱ ଛାତ୍ର ଛାତ୍ରୀ, ନାମ ସଂକ୍ରିତନ ମଣ୍ଡଳୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ବରଷ୍ଠ ସଦସ୍ୟ ଶେଷଦେବ ସ୍ୱାଇଁ ସ୍ବାଗତ ଭାଷଣ ଦଇଥିବାବେଳେ ଶାନ୍ତନୁ କୁମାର ଛୋଟରାୟ ଧାନବାଦ ଅର୍ପଣ କରିଥିଲେ । ପରିଶେଷରେ ସଂପୁର ରଜ ପଡିଆ ଠାରେ ଦିବା ରାତ୍ର ପୌରାଣିକ ନାଟକ ପରିବେଷଣ ହୋଇଥିଲା । ଅନୁରୂପ ଭାବେ ଗୋପୀନାଥ ଜୀଉ ନାଟ୍ୟ ପରିଷଦ ବ୍ରାହ୍ମଣ ସାହି ପକ୍ଷରୁ ସାମାଜିକ ନାଟକ ପରିବେଷଣ ହୋଇଥିଲା। ଏହି ଉଦ୍ଘାଟନୀ ଉତ୍ସବରେ ଡକ୍ଟର ନିରଞ୍ଜନ ମିଶ୍ର, ବନଖଣ୍ଡ କର୍ମଚାରୀ ଦିଲୀପ କୁମାର ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ରମେଶ ମୁଦୁଲି ଯୋଗ ଦେଇଥିଲେ । ରଜ ମହୋତ୍ସବ ପଞ୍ଚମ ସନ୍ଧ୍ୟା ରେ ଅଥିତି ଭାବେ ଯୁବ ସମାଜ ସେବୀ ମନୋଜ କୁମାର ପ୍ରଧାନ,ବୋଲଗଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରମାଦ କୁମାର ସ୍ୱାଇଁ , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେହି ଭଳି ଗୋପବନ୍ଧୁ କ୍ଲବ ବଡ଼ ସାହି ପକ୍ଷରୁ ସାମାଜିକ ନାଟକ ପରବେଷଣ ହୋଇଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଭାଇଚାରା ରଜ ପର୍ବକୁ ମିଳିମିଶି ବଜାୟ ରଖିବାକୁ କହିଥିଲେ। ଏହି ଅବସରରେ ମଞ୍ଚସ୍ଥ ପୌରାଣିକ ଓ ସଂସ୍କୃତିକ ନାଟକକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ ଗ୍ରାମର ଯୁବ ଗୋଷ୍ଟି ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।