ଜୀବନ ଯୁଦ୍ଧରେ ହାରିଗଲେ ଦିବ୍ୟରଞ୍ଜନ, ସାଲେପୁର ଘଟଣାରେ ଶୋକର ଛାୟା
କଟକ, ୧୭/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ସାଲେପୁର ର ବାହାବଳ ପୁର ରେ ସମ୍ପତ୍ତି ଲୋଭ ରେ ନିରୀହ ଶିଶୁ ଙ୍କୁ ମିଠା ରେ ବିଷ ଦେଇ ମାରିଦେବାକୁ ଉଦ୍ୟମ କରିବା ଘଟଣା। ଶେଷରେ ଶିଶୁ ଭବନ ର ଆଇ ସି ୟୁ ରେ ଜୀବନ ମରଣ ସହ କରୁଥିବା ସଂଗ୍ରାମରେ ହାରିଗଲା ଶିଶୁ ଦିବ୍ୟ ରଞ୍ଜନ। କଟକ ଜିଲ୍ଲା ସାଲେପୁର ବାହାବଳ ପୁର ର ଅଜୟ ମଲ୍ଲିକ ଙ୍କ ପୁଅ ଦିବ୍ୟରଞ୍ଜନ ଙ୍କୁ ପଡ଼ୋଶୀ ସମ୍ପତ୍ତି ଲୋଭରେ ମିଠା ରେ ବିଷ ମିଶାଇ ଖାଇବାକୁ ଦେଇଥିଲେ। ଗୁରୁତର ଅବସ୍ଥାରେ ଦିବ୍ୟ ରଞ୍ଜନ ଙ୍କୁ ମେ ମାସ ୨୪ ତାରିଖରେ ଶିଶୁ ଭବନ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଜୀବନ ଯୁଦ୍ଧରେ ହାରିଗଲେ ଦିବ୍ୟ ରଞ୍ଜନ। ମଙ୍ଗଳବାର ସନ୍ଧ୍ୟାରେ ଆଖି ବୁଜିଥିବା ବେଳେ ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ବି ଗିରଫ ହୋଇନଥିବା ସୂଚନା।