Hot Posts

6/recent/ticker-posts

କର୍ତ୍ତଵ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ଅଲିମ୍ପିକ୍ ଦିଵସ ପାଳିତ।

କଳାହାଣ୍ଡି, ୨୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରତି ବର୍ଷ 23 ଜୁନ୍ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଅଲିମ୍ପିକ୍ ଦିବସ ପାଳନ କରାଯାଇ ଥାଏ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ କ୍ରୀଡ଼ା ପ୍ରତିଯୋଗୀତା ନୁହେଁ, ଏହା ଉତ୍କର୍ଷତା, ବନ୍ଧୁତା ଏବଂ ସମ୍ମାନ ଭଳି ମୂଲ୍ୟବୋଧ ପ୍ରତୀକ, ଯାହା ବ୍ୟକ୍ତି ଓ ସମୁଦାୟ ନିଜର ସର୍ବୋତ୍ତମ କ୍ଷମତା ହାସଲ କରିବାକୁ ପ୍ରେରଣା ଦେଇ ଥାଏ। କାର୍ଯ୍ୟକ୍ରମ କୁ ରିଲାଏନ୍ସ ଫାଉଣ୍ଡେସନ ଆଈ ଓ ସି ଏବଂ କର୍ତ୍ତଵ୍ୟ ଅନୁଷ୍ଠାନ ସହଯୋଗୀ ଭାଗିଦାରୀ ମାଧ୍ୟମରେ ଅଲିମ୍ପିକ୍ ଖେଳ କୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯାଉଅଛି। କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକ (ଜୁନାଗଡ଼, ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା, ଲାଞ୍ଜିଗଡ଼, ଥୁଆମୂଲ୍ ରାମପୁର ଏବଂ ଜୟପାଟଣା) ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ ପାଳିତ ହୋଇଛି। କର୍ତ୍ତବ୍ୟ ଅନୁଷ୍ଠାନ କାର୍ଯ୍ୟ କରୁଥିବା ଗ୍ରାମ ଗୁଡ଼ିକରେ ୨୮ଟି କାର୍ଯ୍ୟକ୍ରମରେ ମୋଟ ୧୧୮୩ ଜଣ ମହିଳା ଓ ପୁରୁଷ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ମହିଳା ଓ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା କରି ପୁରଷ୍କୃତ କରାଯାଇଥିଲା। ଫଳରେ ବିଜେତା ଆହୁରି ସଫଳତା ଏବଂ ସମ୍ପୃକ୍ତି ପାଇଁ ଉତ୍ସାହ ଏବଂ ପ୍ରେରଣା ପାଇଁ ସଚେତନ ହୋଇଥିଲେ। ଫଳସ୍ୱରୂପ ମାନସିକ ଚାପ ହ୍ରାସ ପାଇବ, ଗୋଷ୍ଠୀ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇବ ଏବଂ ସର୍ବାଧିକ ଶକ୍ତିଶାଳୀ ହେବ ଯାହା ଆତ୍ମନିର୍ଭର ଭାରତକୁ ସହାୟକ ହେବ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରବନ୍ଧକ ରିଲାଏନ୍ସ ଫାଉଣ୍ଡେସନ, ଅଶୋକ ମିଶ୍ର କାର୍ଯ୍ୟକ୍ରମ ଅଧିକାରି ରିଲାଏନ୍ସ ଫାଉଣ୍ଡେସନ, ଅଶୋକ ପଟ୍ଟନାୟକ ମୁଖ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ, ଶ୍ରୀ ରାଜେଶ ପଟନାୟକ ପ୍ରକଳ୍ପ ନିର୍ଦେଶକ, ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ , ସନ୍ତୋଷ ଦାସ ପ୍ରକଳ୍ପ ପରିଚାଳକ, ସୁଦର୍ଶନ ନାଏକ ପ୍ରକଳ୍ପ ସଂଯୋଜକ, କର୍ତ୍ତଵ୍ୟ ଅନୁଷ୍ଠାନ ଓ ରଥୁରାମ ବାଗ ସଂଯୋଜକ ଡିଏଫ୍ଏସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।





କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ