Hot Posts

6/recent/ticker-posts

କୋଲାବିରା ବ୍ଲକରେ ୩୬କୋଟି ଟଙ୍କାର ଅଟକଳ ବ୍ୟୟ ୪ଟି ପ୍ରକଳ୍ପର ଶିଳାନ୍ଯାସ କଲେ ବିଧାୟକ

ଲଇକେରା, ତା.୧/୬: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସୋମବାର ମୋଟ ୩୬ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ୩ଟି ରାସ୍ତା ଓ ଗୋଟିଏ ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଗମନାଗମନ ରାସ୍ତାର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନିଜ ବକ୍ତବ୍ଯରେ ବର୍ଣ୍ଣନା କରିଥିଲେ ।ଜଳସେଚନ ସହ ଚାଷୀଙ୍କ ଉନ୍ନତି ସହ କୋଲାବିରା ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସଂକଳ୍ପବଦ୍ଧ ବୋଲି ବିଧାୟକ ସୂଚନା ଦେଇଥିଲେ । ଏଥିରେ ପ୍ରାୟ ୬ କୋଟି ଟଙ୍କାରେ ଗୁଚ୍ଛାପାଲି ପ୍ରଧାନମନ୍ତ୍ରୀ ସଡକ ରୁ ଲଇଡା ସୀମାନ୍ତ ପର୍ଯ୍ଯନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ, ଭେଡେନ ବ୍ରିଜ-ଲଇଡା ରାସ୍ତାର ମହାଦେବ ପାଲି ନାଲ ଉପରେ ୫ କୋଟି ବ୍ଯୟରେ ନୂତନ ବ୍ରିଜ ନିର୍ମାଣ, ୧୫ କୋଟି ବ୍ଯୟରେ ଏସ.ପଣ୍ଡକିମାଲ ରୁ ସୁନାମୁହାଣ ପର୍ଯ୍ଯନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ ଏବଂ ୧୦ କୋଟି ବ୍ଯୟରେ ସମାସିଂହା ରୁ କୁସୁମଡିହି ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ନୂତନ ନିର୍ମାଣ ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ପୂଜାର୍ଚ୍ଚନା ସହ ଶିଳାନ୍ଯାସ କରିଥିବାବେଳେ ଆଶିଷ ପୂଜାରୀ ପୂଜକ ଭାବରେ ଯୋଗଦେଇଥିଲେ ।ଏଥିରେ ପୂର୍ତ୍ତ ବିଭାଗ ଏସଡିଓ ବନମାଳି ନାଏକ, ସହାୟକ ଯନ୍ତ୍ରୀ ତାପସ ନାଏକ,ବିଧାୟକ ପ୍ରତିନିଧି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର,ବିଜେପି ବରିଷ୍ଠ ନେତା ଅରୁଣ କୁମାର ବେହେରା, ସୋଡମାଳ ସରପଞ୍ଚ ହେମନ୍ତ ସାହୁ,ପୂର୍ବତନ ସରପଞ୍ଚ କରୁଣାକର ସେଟ, କୃଷକ ସଂଘ ସଭାପତି ଚେତାନନ୍ଦ ପଟେଲ,  ସମାଜସେବୀ କେଦାର ପଟେଲ, ଲକ୍ଷ୍ମଣ ରୋହିଦାସ, ଟୋକାରାମ ରୋହିଦାସ, କୁଲିହାମାଲ ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଅଞ୍ଜନ ପଟେଲ,  ସମାଜସେବୀ ନୀଳ ନାଏକ, ଶ୍ରୀରାମ ପଟେଲ, କାର୍ତ୍ତିକ ସାହୁ ପ୍ରମୁଖ ଙ୍କ ସହ ଜନସାଧାରଣ ଯୋଗଦେଇଥିଲେ ।


NABADUTA NEWS OFFICE.LAIKERA