Hot Posts

6/recent/ticker-posts

ସିକେରକୂପା ଛକ ଠାରେ ରାଜ୍ୟ ରାଜପଥ ରେ ସଡ଼କ ଦୁର୍ଘଟଣା ।

କଳାହାଣ୍ଡି, ୦୧/୦୬ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ର ରାୟପୁର ରୁ ବିଶାଖାପାଟଣା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜ ପଥ ସିକେରକୂପା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ସମୟରେ ଏକ କୋଇଲା ବୋଝେଇ ଟ୍ରକ ଯାହାର ଗାଡି ନମ୍ବର ହେଲା ସି. ଜି. ୦୪ ପି.ଡି.୪୩୧୨ ବିଶାଖାପାଟଣା ରୁ କୋଇଲା ବୋଝେଇ ରାୟଗଡା କୁ ଯାଉଥିବା ବେଳେ ସିକେରକୁପା ତିନି ଛକ ବୁଲାଣି ରେ ଦ୍ରୁତ ଗତିରେ ଆସିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଏବଂ ସିକେରକୁପା ଫାଣ୍ଡି ପୋଲିସ ଙ୍କ ଦ୍ୱାରା ଚାଳକ କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନା କୁ ନେଇ ପ୍ରାଥମିକ ଚିକିତ୍ସା କରାଇ ଥିଲେ । ଚାଳକ ଙ୍କ ବିଶେଷ କିଛି କ୍ଷୟ କ୍ଷତି ହୋଇ ନ ଥିବା ସୂତ୍ରରୁ ପ୍ରକାଶ । ଘଟଣା ସ୍ଥଳରେ ସିକେରକୂପା ଫାଣ୍ଡି ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । 




କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।