Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ମ୍ୟାଲେରିଆ/ ଡେଙ୍ଗୁ/ଡାଇରିଆ ନିରାକରଣ ମାସ ପାଳନ ଓ ଅନ୍ତ ବିଭାଗିୟ ଏକାଭିମୁଖୀ ବୈଠକ ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷ, ଭବାନୀପାଟଣା ରେ ଅନୁଷ୍ଟିତ ହୋଇଥିଲା

ଭବାନୀପାଟଣା, ୧୯/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଦ୍ୟ ତା ୧୯.୦୬.୨୦୨୬ ରିଖ ଦିବା ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚିନ ପାୱାର , ଆଇଏଏସ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମ୍ୟାଲେରିଆ/ଡେଙ୍ଗୁ/ଡାଇରିଆ ନିରାକରଣ ମାସ ପାଳନ ଓ ଅନ୍ତ ବିଭାଗିୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଜାଇଅଛି । ଏହି ବୈଠକରେ ଡେଙ୍ଗୁ ,ମେଲେରିୟା ଜ୍ଵର ସମ୍ପର୍କରେ ଲକ୍ଷଣ, ପ୍ରତିକାର ଓ ପ୍ରତିରୋଧ ବ୍ୟବସ୍ଥା ତଥା ବିଭିନ୍ନ ବିଭାଗର ଦାଇତ୍ଵ ସମ୍ବନ୍ଧରେ ରେ ଆଲୋଚନା କରାଯାଇ ଥିଲା । ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ନିମିତ ନିୟମିତ LLIN ମଶାରୀ ବ୍ୟବହାର, ପରିବେଶ ସଫାସୁତୁର ରଖିବା , ଜର ହେଲାମାତ୍ରେ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବା। ବିଷୟରେ ସଚେତନତା କରିବାପାଇଁ ପରିପ୍ରକାଶ କରାଯାଇଥିଲା। ସମସ୍ତ ଆବ।ଶିକ ବିଦ୍ୟାଳୟ ତଥା ଶିକ୍ଷା ଅନୁଷ୍ଠାନ ର ପରିସର ପରିଷ୍କାର ପରିଛନତା ଓ ଛାତ୍ର ଛାତ୍ରୀଙ୍କୁ ସଚେତନ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରାଯାଇଥିଲା। ଜିଲ୍ଲାପାଳ ମହୋଦୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ବିଭାଗର ଦାଇତ୍ଵ ଠିକ ଭାବରେ ଅନୁପାଳନ କରିବାପାଇଁ ସୁଚାଇଥିଲେ । ଡାଇରିଆ ରୋଗର ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ଵାରା ଡାଇରିଆ ପକ୍ଷ ଜିଲ୍ଲା ରେ ତା୧୬.୦୬.୨୦୨୬ ଠାରୁ ତା ୩୧.୦୭.୨୦୨୬ ପର୍ଯନ୍ତ ପାଳନ କରାଯାଉଛି, ଏହରା ମୁଖ୍ୟ ଉଦେଶ୍ୟ ୫ ବର୍ଷ ରୁ କମ ଶିଶୁ ମାନଙ୍କୁ ଡାଇରିଆ ରୋଗଋ ସୁରକ୍ଷିତ ରଖିବା । ଏହି କାର୍ଯ୍ୟକ୍ରମ ଅନ୍ତରଗତ ସହରାଞ୍ଚଳରେ ତଥା ସମସ୍ତ ଗ୍ର।ମଞ୍ଚଳରେ ବ୍ୟାପକ ସଚେତନତା କରାଯିବ ।
ଆଶା କର୍ମୀ ଓ ଅଙ୍ଗନବ।ଡିକର୍ମୀ ମାନେ ଘରକୁ ଘର ଯାଇ ପତ୍ରିକା ବଣ୍ଟନ ସହ ଡେଙ୍ଗୁ ,ମେଲେରିୟା ଜ୍ଵର ଓ ଡାଇରିଆ ସମ୍ପର୍କରେ ବ୍ୟାପକ ସଚେତନତା କରିବେ ଓଆରଏସ ଓ ଜିଙ୍କ ଔଷଧ ବଣ୍ଟନ କରିବେ। ଏହି କାର୍ଯକ୍ରମର ସଫଳ ରୂପାୟନ ନିମିତ ଏକ ଖସଡା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମହୋଦୟ ପ୍ରତେକ ବିଭଗିୟ କର୍ମଚାରୀଙ୍କୁ ଆଦେଶ ପ୍ରଦାନ କରିଥିଲେ। ସହରରେ ପ୍ରତେକ ୱାର୍ଡ ରେ ନାଳ ଗୁଡିକୁ ସଫ।ରଖିବା ଓ ପୌରପାଳିକା ଭାବନିପାଟଣା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ କେଶିଙ୍ଗା, ଜୁନାଗଡ ଓ ଧର୍ମଗଡ଼ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ନିର୍ଦେଶ ଦିୟ।ଯାଇଥିଲା । ଡାଃ : ହରେକୃଷ୍ଣ ଶତପଥୀ ,ଜିଲ୍ଲା ମୁଖ୍ୟ ଚିକତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲା କୁ ମ୍ୟାଲେରିଆ/ ଡେଙ୍ଗୁ/ଡାଇରିଆ ମୁକ୍ତ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା କାର୍ଯକ୍ରମ ପରିଚାଳକ ଦିଲ୍ଲୀପ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ। 




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ