Hot Posts

6/recent/ticker-posts

ସହକାରୀ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବରୀ, ୦୪/୦୬ ( ରଂଜିତ ମହାନ୍ତି ) : ବରୀ ଶିକ୍ଷାମଣ୍ଡଳ ଅଧିନସ୍ଥ ବାଲିବିଲ ପଂଚାୟତ ଭଗବତୀ ନୋଡାଲ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରାମଚନ୍ଦ୍ର ପଣ୍ଡା ଙ୍କୁ ଚାକିରିରୁ ଅବସର ନେବା ପରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାବତୀ ଜେନା ସଭାପତିତ୍ୱ କରିଥିବାବେଳେ ଏହି ବିଦ୍ୟାଳୟ ର ଶିକ୍ଷକ ଗୌତମ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପଣ୍ଡା ଙ୍କର ଅମାୟିକ ବ୍ୟକ୍ତିତ୍ୱ, ଶିକ୍ଷାଦାନ ପ୍ରଣାଳୀ ଓ ଛାତ୍ର ପଛଳତା ଯୋଗୁ ସେ କେବଳ ଜଣେ ଶିକ୍ଷକ ଭାବେ ନୁହେଁ ଛାତ୍ରୀ /ଛାତ୍ର ମାନଙ୍କର ଜଣେ ଅଭିଭାବକ ଭାବେ କାର୍ଯ୍ୟ ତୁଲାଉଥିଲେ ବୋଲି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷାମଣ୍ଡଳ ଅଧିକାରୀ ସଂଯୁକ୍ତା ମିଶ୍ର ଯୋଗ ଦେଇ ମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାଲିବିଲ ପଞ୍ଚାୟତ ର ସରପଞ୍ଚ ମଧୁସ୍ମିତା ସାମଲ, ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ ସାମଲ, ରବୀନ୍ଦ୍ର ପତି, ପ୍ରଦୀପ୍ତ ସାମଲ, ଦେବବ୍ରତ ରାଉତ, ଜିତେନ୍ଦ୍ର ସାହୁ, ନିକୁଞ୍ଜ ବିହାରୀ ପାତ୍ର, ଯଶୋବନ୍ତ ବେହେରା, ପ୍ରଫୁଲ୍ଲ କୁମାର ଓଝା, ତନ୍ମୟା ସାମଲ, ଖଗେଶ୍ୱର ନାୟକ, ରୂପା ରାଣୀ ଦାସ, ନିକୁଞ୍ଜ ସାମଲ, ଲିଜାଲିନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ଏକ ସଭା ଯାତ୍ରାରେ ଅବସର ନେଇଥିବା ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଏକ ଶୋଭାଯାତ୍ରା ରେ ତାଙ୍କ ବାସଭବନ କୁ ନିଆଯାଇଥିଲା। ଏହି କାର୍ଯ୍ୟ ସୂ ଚାରୁରୂପେ ସମ୍ପାଦିତ ହୋଇଥିବାରୁ ବିଦ୍ୟାଳୟ ର ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।