Hot Posts

6/recent/ticker-posts

କଳାହାଣ୍ଡିରେ SIR-୨୦୨୬ ପାଇଁ ପ୍ରସ୍ତୁତି ବୈଠକ, ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଭବାନୀପାଟଣା, ୧୫/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆସନ୍ତା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ, ସ୍ୱଚ୍ଛ ଓ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ଆଜି ତା.୧୫.୦୫.୨୦୨୬ ରେ ଓସୱାନ୍ ଗୃହରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପାୱାର ସଚିନ୍ ପ୍ରକାଶ ଭା.ପ୍ର.ସେ. ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ଅବିନାଶ ଦଳେଇ, ଓ.ପ୍ର.ସେ. ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ବୈଠକରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ମତଦାତା ତାଲିକାର ସଠିକତା, ଘରେ ଘରେ ସର୍ବେକ୍ଷଣ, ଯୋଗ୍ୟ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତି, ଅଯୋଗ୍ୟ ନାମ ବିଲୋପ ଓ ସମସ୍ତ ନିର୍ବାଚନୀ ପ୍ରକ୍ରିୟାକୁ ସମୟବଦ୍ଧ ଭାବେ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ୭୯-ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ ଭା.ପ୍ର.ସେ., ୮୧-ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ଭା.ପ୍ର.ସେ., କଳାହାଣ୍ଡି, ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା - ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ ଓ.ପ୍ର.ସେ., ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ଶ୍ରୀ ବୈତୁରା ଦୀପ ଓ.ପ୍ର.ସେ. ଏବଂ ୮୦-ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଭବାନୀପାଟଣା ଶ୍ରୀ ପ୍ରଭାତ କୁମାର ପରିଡା ଓ.ପ୍ର.ସେ., ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପାଲିକା ଭବାନୀପାଟଣା ଶ୍ରୀ ପ୍ରମୋଦ କୁମାର ପାଢୀ ଓ.ପ୍ର.ସେ., ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ତଥା ତହସିଲଦାର କଲାହାଣ୍ଡି ଶ୍ରୀ କ୍ଷିରୋଦ ବିହାରୀ ନାଗ ଓ.ପ୍ର.ସେ. ଏବଂ ସହକାରୀ ନିର୍ଦ୍ଦେଶକ ସଂଚୟ ଏବଂ ଆର୍ଥିକ ସେବା ଅଧିକାରୀ କଳାହାଣ୍ଡି ଶ୍ରୀ ବିବେକାନନ୍ଦ ମହାନନ୍ଦ ଉପସ୍ଥିତ ଥିଲେ । ସେହିପରି ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ତଥା ତହସିଲଦାରମାନେ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ OSWAN ମାଧ୍ୟମରେ ଭିଡିଓ କନଫରେନ୍ସ ଯୋଗେ ବୈଠକରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ ନିଷ୍ଠା ଓ ସମନ୍ୱୟର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।