କଟକରେ ୫ ଦିନିଆ ଡିଜିଶକ୍ତି ଶିବିର: SHG ମା’ମାନେ ଡିଜିଟାଲ୍ ଦୁନିଆରେ ପାଦ ରଖୁଛନ୍ତି
କଟକ, ୦୬/୦୫ ( କାଁହୁ ଚରଣ ବାରିକ ) : ଆଜି କଟକ, ମହାନଦୀ ବିହାରସ୍ଥିତ ମିଶନ ଶକ୍ତି ଭବନଠାରେ ଓଡ଼ିଶାରେ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ (SHG) ମାଧ୍ୟମରେ ମହିଳାମାନଙ୍କର ସାମାଜିକ ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ପାଇଁ 'ଡିଜିଶକ୍ତି' ନିମନ୍ତେ ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ମା’ମାନେ ଏବେ କେବଳ ଘରକୋଣରେ ସୀମିତ ନାହାନ୍ତି, ବରଂ ଡିଜିଟାଲ୍ ଯୁଗ ସହ ପାଦ ମିଳାଇ ଆଗକୁ ବଢ଼ୁଛନ୍ତି । ଏହି ପାଞ୍ଚ ଦିନର ପ୍ରଶିକ୍ଷଣ ସେମାନଙ୍କ ଜୀବନରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ । ଏହି ଅବସରରେ ସ୍ଥାନୀୟ କର୍ପୋରେଟର, କଟକ ସିଟି ମିଶନ ଶକ୍ତି କୋଅର୍ଡିନେଟର, ଡିଜିଶକ୍ତିର କୋଅର୍ଡିନେଟର ଓ ଟ୍ରେନରଙ୍କ ସମେତ ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ ଉପସ୍ଥିତ ଥିଲେ ।