ସ୍ମୃତି ରଞ୍ଜନ ନାୟକ କଟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନିଯୁକ୍ତ
କଟକ, ୦୬/୦୫ ( କାଁହୁ ଚରଣ ବାରିକ ) : କଟକ ଜିଲ୍ଲାର ଜଣାଶୁଣା ଯୁବନେତା ତଥା ଯୁବ ସମାଜସେବୀ ସ୍ମୃତି ରଞ୍ଜନ ନାୟକଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ବିଜୁ ଯୁବ ଜନତା ଦଳର କଟକ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି। ତାଙ୍କର ସାଙ୍ଗଠନିକ ଦକ୍ଷତା ଏବଂ ଜନସେବା ପ୍ରତି ଥିବା ନିଷ୍ଠାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।