Hot Posts

6/recent/ticker-posts

ରଘୁନାଥପୁର ବ୍ଲକ ରେ ଜନ ଶୁଣାଣି ରେ ଜନତା ହଟ ହଟା

ଜଗତସିଂହପୁର, ୦୬/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ଦେଖିବାକୁ ମିଳିଛି ଏମିତି ଘଟଣା, ସୂଚନା ଅନୁସାରେ ଆଜି ରଘୁନାଥପୁର ବ୍ଲକ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିଲା ବେଳେ ସାଧାରଣ ଲୋକ ଙ୍କୁ ଭିତରକୁ ଛଡ଼ା ଯାଇନଥିଲା କି ଲୋକଙ୍କ ଅସୁବିଧା ଶୁଣିବା ବାକୁ ବିଡ଼ିଓ ଙ୍କୁ ଭାଇସି ଚେୟାର ମ୍ୟାନ ବାଧା ଦେଇଥିଲେ। ଲୋକଙ୍କ କହିବା କଥା ବ୍ଲକ୍ ବିଡ଼ିଓ କେବଳ ରବର ଷ୍ଟାମ୍ପ ଭଳି ଅଛନ୍ତି! ଏଠି ସବୁ କିଛି vice ଚେୟାର ମ୍ୟାନ ଙ୍କ ନିର୍ଦ୍ଦେଶ ରେ ଚାଲିଛି। ଘଣ୍ଟା ଘଣ୍ଟା ଧରି ସାଧାରଣ ଲୋକ ସେମାନଙ୍କ ଅସୁବିଧା ପାଇଁ ବ୍ଲକ୍ ଅଫିସ ବାରଣ୍ଡା ବସି ଥିଲେ ମଧ୍ୟ ଭିତରକୁ ଛଡ଼ା ଯାଇ ନ ଥିଲା! ସାଧାରଣ ଲୋକ ହେଉଛନ୍ତି ବଞ୍ଚିତ!ରଘୁନାଥପୁର ବ୍ଲକ୍‌ରେ ଗ୍ରୀଭାନ୍ସ ସମୟରେ ଗୁରୁତର ଅନିୟମ ଦେଖାଦେଇଛି। ଅଭିଯୋଗ ଅନୁଯାୟୀ, ଚେୟାରମ୍ୟାନ୍ ଓ ଭାଇସ୍‌ ଚେୟାରମ୍ୟାନ୍ BDOଙ୍କୁ ଘେରି ରଖି ସାଧାରଣ ଜନତାଙ୍କୁ ତାଙ୍କ ସମସ୍ୟା ଉପସ୍ଥାପନ କରିବାରୁ ବଞ୍ଚିତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହୁଦିନ ଧରି କିଛି ଗୋଷ୍ଠୀ ଏଭଳି ପ୍ରଭାବ ପକାଇ ଗ୍ରୀଭାନ୍ସ ପ୍ରକ୍ରିୟାକୁ ବିଘ୍ନିତ କରୁଛନ୍ତି। ଏହାର ପରିଣାମରେ ସାଧାରଣ ଲୋକ ନିଜର ଅଧିକାରରୁ ବଞ୍ଚିତ ହେଉଛନ୍ତି ଓ ସରକାରୀ କାମ ଠିକ୍ ସମୟରେ ସମାଧାନ ହେଉନାହିଁ।
👉 ଏହି ପରିସ୍ଥିତି ନେଇ ପ୍ରଶାସନ କେବେ କାର୍ଯ୍ୟନୁଷ୍ଠାନ ନେବ?
👉 ସାଧାରଣ ଲୋକଙ୍କ ଅଧିକାର କେବେ ସୁନିଶ୍ଚିତ ହେବ?
ଏହା ଉପରେ ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି।