ଟ୍ରଲର କୁ ପଛ ପଟୁ ଧକ୍କା ଦେଲା ପିକଅପ l
ବାଲେଶ୍ୱର, ୭ / ୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟସ୍ଥ ବଜରଙ୍ଗବାଲି ହୋଟେଲ ସମ୍ମୁଖରେ ରେ ଛିଡା ହୋଇଥିବା ଟ୍ରଲର କୁ ପଛ ପଟୁ ଧକ୍କା ଦେଲା ପିକ ଅପ ଭେନ, ଜଣେ ଗୁରୁତର ଗୁରୁତର, ଜଣେ ଆହତ .ସୂଚନା ଅନୁସାରେ ଆଜି ଦିନ ବାରଟା ସମୟରେ ବାଲେଶ୍ୱର ରୁ ଜଳେଶ୍ୱର ଆଡକୁ ଯାଉଥିବା WB 31 A 2892 ପିକ ଅପ ଭେନ କୁଣ୍ଡପୁର ଛକ ଅନତୀ ଦୂର ବଜରଙ୍ଗବାଲି ଢ଼ାବା ସମ୍ମୁଖରେ ରାସ୍ତା କଡ଼ ରେ ଛିଡା ହୋଇଥିବା WB 916725 ଟ୍ରଲର ପଛ କୁ ଧକ୍କା ଦେଇଥିଲା. ଘଟଣାସ୍ଥଳ ରେ ଡ୍ରାଇଭର ଟ୍ରଲର ପଛ ରେ ଚାପି ହୋଇ ରହିଥିବା ବେଳେ ଗାଡ଼ିରେ ଥିବା ମହିଳା ଜଣକ ଆହତ ହୋଇଥିଲେ. ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଚାପି ହୋଇ ରହିଥିବା ଡ୍ରାଇଭର କୁ ଉଦ୍ଧାର କରି ଉଭୟ ଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମେଡିକାଲ କୁ ପଠାଯାଇଥିବା ଜଣାପଡିଛି. ଗୁରୁତର ଡ୍ରାଇଭର ହେଲେ ପଶ୍ଚିମବଙ୍ଗ କାଁଥି ଅଞ୍ଚଳ ର ଦିଲ୍ଲୀପ ମଜୁନ୍ଦାର ଏବଂ ଆହତ ମହିଳା ମଧ୍ୟ କାଁଥି ଅଞ୍ଚଳ ର କବିତା ରାଣୀ ସାହୁ ବୋଲି ଜଣାପଡିଛି. ତେବେ ଡ୍ରାଇଭର ର ବେପରୁଆ ଗାଡି ଚାଳନା Shops ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛିl
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l