Hot Posts

6/recent/ticker-posts

ଗଛରେ ଫାଶୀ ଘେନି ଯୁବକଙ୍କ ଆତ୍ମହତ୍ୟା।

ବାଲେଶ୍ଵର, ୭/୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ସିଂଲା ଥାନ ଅନ୍ତର୍ଗତ କୁଣ୍ଡୁଳି ଗ୍ରାମରେ ଜଣେ ଯୁବକ ଫାଶୀ ଘେନି ଆତ୍ମହତ୍ୟା କରିବା ଘଟଣା ଆଜି ଅଞ୍ଚଳରେ ହ ଇଚଇ ସୃଷ୍ଟି କରିଛି।ସୂଚନାରୁ ପ୍ରକାଶ ଯେ,କୁଣ୍ଡୁଳି ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ପୁଅ ସୁରେଶ ଘର ଠାରୁ ମାତ୍ର ଅଳ୍ପ ଦୂରରେ ଏକ ଗଛରେ ବୁଧୁବାର ବିଳମ୍ବିତ ରାତିରେ ନିଜ ପରିବାର ର ସମସ୍ତ ଙ୍କ ସହିତ କଳି ଗୋଳ କରି ନିଜେ ନିଜ Story ଦୌଡ଼ି ଦ୍ୱାରା ଫାଶୀ ଲଗାଇଛି, କିନ୍ତୁ ପରିବାର ଲୋକେ ଦୋଷୀ ନୁହେଁ ମୃତ୍ୟୁ ର କାରଣ ଅସ୍ପଷ୍ଟ ତାହା ଜଣା ପଡି ନାହିଁ ପୋଷ୍ଟ ବଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ l ବେକରେ ଦଉଡି ଦେଇ ଜୀବନ ହରାଇଛି।ଶ୍ରୀ ହୃଦାନନ୍ଦ ମଲ୍ଲିକଙ୍କର ୫ ପୁଅ ମଧ୍ୟରୁ ସୁରେଶ ଥିଲା ବଡ଼ ପୁଅ ।ପରିବାରରେ ଗତ କାଲି ରାତିରେ ପରିବାର କଳିଗୋଳ କରି ଶେଷରେ ସୁରେଶ ଏଭଳି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଜି ସକାଳେ ତା'ର ମୃତ ଦେହ ଉଦ୍ଧାର ହୋଇଛି। ସେ ବିବାହିତ। ତାଙ୍କର ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛି। ତେବେ ସିଂଲା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l