Hot Posts

6/recent/ticker-posts

ସ୍ମଶାନଗୃହ ନିର୍ମାଣରେ ନିଜସ୍ୱ ସରକାରୀ ଜମି ଥିବାବେଳେ - ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ l

ବାଲେଶ୍ୱର, ୦୬/୦୫ ( ପ୍ରଭାକର ମଲ୍ଲିକ) : ମଣିଷର ମୃତ୍ୟୁ ପରେ ଖରା ବର୍ଷା ତଥା ଶୀତରେ ଶବଦାହ କରିବାପାଇଁ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ରାଜ୍ୟ ସରକାର ସ୍ମଶାନ ଗୃହ ନିର୍ମାଣ ପାଇଁ ଯୋଜନା କରିଥିବା ବେଳେ ବିଭିନ୍ନ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ କାର୍ଯ୍ୟ ସରିଥିବା ବେଳେ,ଆଉ କେତେକ ଗ୍ରାମରେ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଅଛି। ତେବେ ଏମିତି ବି ଦେଖିବାକୁ ମିଳୁଛି କିଛି ଗ୍ରାମରେ ସ୍ମଶାନ ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ରେକର୍ଡ ଭୁକ୍ତ ହୋଇ ରହିଥିବା ବେଳେ, ଗ୍ରାମର କିଛି ଲାଭଖୋର ମନୋବୃତ୍ତି ରଖୁଥିବା ହାତଗଣତି କିଛି ଗ୍ରାମବାସୀ, ସରକାରୀ ନିୟମ କୁ ଉଲଂଘନ କରି ସ୍ମଶାନ ଗୃହ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ରେକର୍ଡ ଜମିରେ ଗୃହ ନିର୍ମାଣ ନକରି, ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ କରୁଥିବାର ଅଭିଯୋଗ ହୋଇଥିବା ବେଳେ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି ଅଧିକାରୀ।ଫଳରେ କିଛି ଅସାଧୁ ଗ୍ରାମବାସୀ ଓ ଠିକାଦାର୍ ଲାଭଖୋର ମନୋଭାବ ରଖି ବେଆଇନ୍ ଗୋଚର ଜମିରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିଦେଇଥିବାର ନଜରକୁ ଆସିଛି। ତେବେ ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ବଳରାମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା।ସୂନାରୁଇ ଗ୍ରାମରେ ସ୍ମଶାନ ଗୃହ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ସ୍ମଶାନ ଜମି ରାଜସ୍ୱ ବିଭାଗ ଦ୍ବାରା ରେକର୍ଡ ହୋଇ ରହିଅଛି। ଖାତା ନମ୍ବର ୬୯୫ ରେ ପ୍ଲଟ୍ ନମ୍ବର ୧୨୨୧ ୧୨୨୨ ୧୨୨୩ ୧୩୩୦ ୧୫୫୫ ୧୧୭୦ ଓ ୧୧୮୮ ନମ୍ବର ପ୍ଲଟ୍ ରେ ମୋଟ୍ ଏକ ଏକରରୁ ଅଧିକ ଜମି ସଂରକ୍ଷିତ ହୋଇ ରହିଥିବା ବେଳେ, ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଲାଭଖୋର ମନୋବୃତ୍ତି ରଖି ସ୍ମଶାନ ଗୃହ ରେକର୍ଡ ଭୁକ୍ତ ଜମିରେ ନିର୍ମାଣ ନକରି, ପ୍ଲଟ୍ ନମ୍ବର ୧୩୧୫ ର ଗୋଚର କିସମ ଜମି ଉପରେ ବେଆଇନ ଭାବରେ ନିର୍ମାଣ କରୁଥିବା ବେଳେ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ସାରିଛି। ତେବେ ଗ୍ରାମର ଶକ୍ତିପଦ ପଣ୍ଡା,ସୁମନ୍ତ ଗିରି,ଦୁର୍ଗା ଶଙ୍କର ବେହେରା ଓ ଅନ୍ୟମାନେ ବେଆଇନ୍ ଭାବେ ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ, କାର୍ଯ୍ୟ ବନ୍ଦ୍ ପାଇଁ ତହସିଲଦାର ବାଲିଆପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାଲିଆପାଳ ଙ୍କୁ ଗତ ୧୧/ ୩/୨୬ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବେଆଇନ୍ ଗୃହ ନିର୍ମାଣ କୁ ପ୍ରସାଶନ ପକ୍ଷରୁ ବନ୍ଦ୍ କରାନଯିବା କିମ୍ବା ଅଭିଯୋଗର ତଦନ୍ତ ନହେବା ଫଳରେ, ବେଆଇନ୍ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସ୍ମଶାନ ଗୃହ ର ପ୍ରକଳ୍ପ ମୂଲ୍ୟ ୪,୨୭,୪୪୪ / ଟଙ୍କା ହୋଇଥିବା ବେଳେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ଆର୍ଥିକ ବର୍ଷ ୨୦୨୪/୨୫ ରେ କାର୍ଯ୍ୟାଦେଶ ମିଳିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ମଶାନ ଗୃହ ନିର୍ମାଣ ନିମନ୍ତେ ନିଜସ୍ୱ ସରକାରୀ ରେକର୍ଡ ଜମି ରହିଥିବା ବେଳେ,କିଛି କୁ ଚକ୍ରୀ ଗୋଷ୍ଠୀ ମାନ୍ୟବର ଉଚ୍ଚନ୍ୟାୟାଳୟ ଠାରେ ଗୋଚର ଜମିର ଚାରି ଡିସିମିଲ୍ ସ୍ମଶାନ ଗୃହ ନିର୍ମାଣ ନିମନ୍ତେ ଜମି ପ୍ରଦାନ ପାଇଁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ପାଇଁ ଏକ ପ୍ରାର୍ଥନା ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ଦ୍ବାରା ହୋଇଥିବା ସୂଚନା ରହିଥିବା ବେଳେ, ଆଶ୍ଚର୍ଯ୍ୟ ର କଥା ଉଚ୍ଚନ୍ୟାୟାଳୟ ଠାରେ ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ ପାଇଁ ଅନୁମତି ନେବାର ପିଟିସନ୍ ଦାଖଲ ହୋଇଥିବା ବେଳେ,ଏପଟେ କୋର୍ଟ ଙ୍କ ଅନୁମତି ନ ଆସୁଣୁ, ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ ତରବରିଆ ଭାବରେ ଶେଷ କରିଥିବା ସୂଚନା ରହିଛି। ଅର୍ଥାତ୍ ସେହି ମୁଷ୍ଟିମେୟ ବ୍ୟକ୍ତି ମାନେ ଆଇନ୍ ବା ଅଦାଲତ୍ କୁ ବି ଚ୍ୟାଲେଞ୍ଜ କରିବାର ଧୃଷ୍ଟତା କରିଛନ୍ତି। ଯଦି ଉଚ୍ଚନ୍ୟାୟାଳୟ ରେ ଗୋଚର ଜମିର କିସମ ପରିବର୍ତ୍ତନ କରିବାକୁ ନିବେଦନ କରିଥାନ୍ତି,ଯଦି ଏହା ସତ୍ୟ, ତେବେ ସାଂଘାତିକ୍ ।କାରଣ ଅଦାଲତ୍ ର ସମୟକୁ ବରବାଦ୍ କରିବା ତଥା ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମହଂଗା ପଡିପାରେ।କାରଣ ଏପଟେ ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ ନିମନ୍ତେ ମାନ୍ୟବର ଉଚ୍ଚନ୍ୟାୟାଳୟ ଠାରେ ପ୍ରାର୍ଥନା କରିଥିବା ବେଳେ, ସେପଟେ ଅଦାଲତ ର ନିଷ୍ପତ୍ତି ନ ଆସୁଣୁ, ଗୋଚର ଜମିରେ ସ୍ମଶାନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି। ତେବେ ଏହା ମାନ୍ୟବର ଅଦାଲତ କୁ ଅବମାନନା କିମ୍ବା ଉପେକ୍ଷା ନୁହେଁକି? ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏପରି ବେଆଇନ୍ କାର୍ଯ୍ୟ କରିଥିବା ଅଧିକାରୀ ତଥା ଠିକାଦାର ଓ ଗ୍ରାମବାସୀ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ଗ୍ରାମବାସୀ ଦାବି କରିଛନ୍ତି।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l