ଭବାନୀପାଟଣା, ୦୬/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ୱାର୍ଡ ନ ୧୪ ଡକ୍ଟର ଆମ୍ବେଦକର ଛକ ନିକଟସ୍ଥ ବୈଶାଖର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମଗ୍ର ଓଡ଼ିଶା ଡହଳ ବିକଳ ହେଉଥିବା ବେଳେ ଭବାନିପାଟଣା ପୌରପାଳିକା ପକ୍ଷରୁ ମଙ୍ଗଳ ବାର ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯାଉଅଛି। ଏହି ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଭବାନିପାଟଣା ପୌରପାଳିକା ର କର୍ଯ୍ୟାନିବାହି ଅଧିକାରୀ, ଚେୟାରମେନ ବିଷ୍ଣୁ ପ୍ରଧାନ, ରଞ୍ଜୁକ୍ତା ପ୍ରଧାନ, ହରମନି ଗୌଡ, ପିଙ୍କି ରାଉତ, ପ୍ରମିତ୍ ସିଂହ, ଭୁବନେ ବାଗ, ପ୍ରାଣନାଥ ନାଏକ, ଓ ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହି ଘୋଳ ଦହି ବଣ୍ଟନ କରିଥିଲେ। ଗ୍ରୀଷ୍ମ ଋତୁ ସାରା ପ୍ରତ୍ୟେକ ମଙ୍ଗଳ ବାର ଦିନ ଭବାନିପାଟଣା ପୌରପାଳିକା ତରଫରୁ ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
