Hot Posts

6/recent/ticker-posts

ଭେଷଜ ମହାବିଦ୍ୟାଳୟ ଖୋଲିବା ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଲଇକେରା, ୦୬/୦୫ ( ଅନିଲ କୁମାର ସରାଫ ) :
ଝାରସୁଗୁଡା ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ପରିଗଣିତ ହେବାରୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଭେଷଜ ମହାବିଦ୍ୟାଳୟ ଟିଏ ନାହିଁ ‌।ଜିଲ୍ଲାରେ ୫ଟି ବ୍ଲକ ମଧ୍ୟରୁ ଲଇକେରା, କିର୍ମିରା, କୋଲାବିରା ଆଦି ବ୍ଲକ ଆଦିବାସୀ ତଥା ଗରିବ କୁଲିମଜୁରିଆ ଶ୍ରେଣୀର ଛାତ୍ରଛାତ୍ରୀ ମେଡିକାଲ ପାଠ ଶିକ୍ଷା ପାଇଁ ବହୁ ଅସୁବିଧା ଭୋଗିଥାନ୍ତି । ତେଣୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରି ସାରିଛନ୍ତି ।ମାନ୍ୟବର ମୂଖ୍ୟମନ୍ତ୍ରୀ ଓଡିଶା ୮ଟି ଜିଲ୍ଲାରେ ନୂତନ ମହାବିଦ୍ୟାଳୟ ସ୍ଥାପନ ପାଇଁ ଵଜେଟ ବ୍ୟବସ୍ଥା କରିଥିବାଵେଳେ ସେଥିରେ ଝାରସୁଗୁଡା ଜିଲ୍ଲା ସ୍ଥାନ ପାଇ ନ ଥିବା ବେଳେ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ପଞ୍ଚାୟତ ଜନପ୍ରତିନିଧିଙ୍କ ଦସ୍ତଖତ ସ଼ହ ଦାବିପତ୍ର ପ୍ରଦାନ କରିଛନ୍ତି ।ଲଇକେରା,କିର୍ମିରା ଓ କୋଲାବିରା ବ୍ଲକର ଯେକୈାଣସି ଜାଗାରେ ଏହି ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ସେ ଅନୁରୋଧ କରିଛନ୍ତି ‌।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ୟାମସୁନ୍ଦର କଂସରାଲି, ଉପ-ସଭାପତି ବୀରେନ୍ଦ୍ର ତାଣ୍ଡିଆ, ସନ୍ତୋଷ କୁମାର ବାଗ, ମହେନ୍ଦ୍ର ଗର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।


~~~ନବଦୂତ ନ୍ୟୁଜ,

               ଲଇକେରା~~~