Hot Posts

6/recent/ticker-posts

ବିଜେଡିର କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଦନା ସଭା l

ବାଲେଶ୍ୱର , ୧୨/୫ ( ପ୍ରଭାକର ମଲ୍ଲିକ ) : ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ବାଲିଆପାଳ ଥାନା ଅନ୍ତର୍ଗତ କଣ୍ଟିସାହି ଗ୍ରାମର ଅଜୟ ଭୂୟାଁଙ୍କ ବାସଭବନରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ଚିତ୍ତ ରଞ୍ଜନ ଜେନାଙ୍କ ସଭାପତିତ୍ବରେ ଦଳର ସମସ୍ତ ନେତୃତ୍ୱ, କର୍ମୀ ଉପସ୍ଥିତ ରହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଥିବା ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ସମ୍ବର୍ଦ୍ଦିତ କରାଯାଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭଗବାନ ଗିରି, ପୂର୍ବତନ ଜିଲ୍ଲା ବିଜୁ ଛାତ୍ର ଜନତା ସଭାପତି ଶିବା ନନ୍ଦ ଦାସ ଅଧିକାରୀ, ପୂର୍ଣ୍ଣ ଚନ୍ଦ୍ର ଜେନା,ଡ:ବଙ୍କିମ ଚନ୍ଦ୍ର ଜେନା,ଶରତ ଚନ୍ଦ୍ର ପ୍ରଧାନ,ସୁଶାନ୍ତ ଗିରି,ମହାଦେବ ଦାସ,ବସନ୍ତ ମହାନ୍ତି,ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ଵୁଗୁଡ଼ି,ପୂର୍ବତନ ସରପଞ୍ଚ ଅଜୟ କୁମାର ଭୂୟାଁ, ସ୍ମୃତୁରଞ୍ଜନ ଖୁଣ୍ଟିଆ,ମୃତ୍ୟୁଞ୍ଜୟ ଗୋଛାୟତ, ନଗେନ୍ଦ୍ର ହାଜରା, ପୂର୍ବତନ ସଦସ୍ୟ ଲକ୍ଷ୍ମଣ ପରିଡା ପ୍ରମୁଖ ମଞ୍ଚାସିନ ସମସ୍ତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଛ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଦିତ କରାଯାଇ ଥିଲା। ପରେ ଆୟୋଜିତ ସଭାରେ ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ରହି ନବୀନ ପଟ୍ଟନାୟକ ଙ୍କ ଗୁଣଗାଣ କରିବା ସହ ଦଳକୁ କେଉଁଭଳି ଭାବେ ଅଧିକ ସଶକ୍ତ କରିହେବ ସେନେଇ ଆଲୋଚନା କରାଯାଇଥିଲେ।ଏବେ ଠାରୁ ବିଜେଡି ନିଜର ଲଢେଇକୁ ବସ୍ତା ନିର୍ବାଚନ ମଣ୍ଡଳୀରେ ଜୋରଦାର କରିବ ଏବଂ ବିଜେଡି ୱାର୍ଡ ତଥା ବୁଥ ସ୍ତରରେ ପହଞ୍ଚିବ।ଏଥିସହ ବିଜେପିର ଛଳତନ୍ତ୍ର ବିରୋଧରେ ବଡ଼ ଲଢେଇ କରିବାକୁ ନେତୃତ୍ୱ ମାନେ ଆହ୍ୱାନ ଦେଇଥିଲେ। ଜନତାଙ୍କ ସ୍ୱାର୍ଥ ପାଇଁ ଦଳ ଲଢେଇ କୁ ଜୋରଦାର କରିବ ବୋଲି ଆହ୍ୱାନ ଦେଇଥିଲେ।ପରମେଶ୍ବର ବାରିକ ମଞ୍ଚ ଆହ୍ବାନ କରିଥିବା ବେଳେ ମହେନ୍ଦ୍ର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେl l



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l