କଟକରୁ ଗିରଫ ହେଲା ଓଡ଼ିଶାର କୁଖ୍ୟାତ କାଠ ମାଫିଆ ବିକ୍ରମ ମହାପାତ୍ର
କଟକ, ୧୨/୦୫ ( କାଁହୁ ଚରଣ ବାରିକ ) : ଓଡିଶା ର ବିଖ୍ୟାତ କାଠ ମାଫିଆ( ଓଡିଶା ବିରାପାନ) ବିକ୍ରମ ମହାପାତ୍ର କୁ କଟକ ସ୍ଥିତ ଚଣ୍ଡୀ ଛକ ନିକଟ ଜୟତଷ୍ଣା ଫନିଚର ଏବଂ ନିଜ ବାସ ଭବନ ରୁ ଲାଲବାଗ ଥାନା ଗିରଫ କରିଛି.କିଛି ବର୍ଷ ତଳେ କାଠ ମାଫିଆ ବିକ୍ରମ କୁ ପୋଲିସ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଚଣ୍ଡୀଛକ ରୁ ଲାଲବାଗ ଥାନା କୁ ମାଡ଼ ମାରି ଚଲାଇ ଚଲାଇ ନେଇଥିଲେ. ବିକ୍ରମ ନା ରେ ରାଜ୍ୟ ର ଅନେକ ଥାନା ରେ କାଠ ମାଫିଆ ନାମ ରେ ମମଲା ରହିଛି. କିନ୍ତୁ ସେ ଆଇନ କୁ ଧୂଳି ଚଟାଇ ଦୀର୍ଘ ଦିନ ହେବ ନିଜ ବ୍ୟବସାଇ କରିଆସୁଥିଲେ. ତାଙ୍କର ସମ୍ପତି ପୁରୀ, ଭୁବନେଶ୍ୱର, କଟକ ଓ ଅନେକ ସ୍ଥାନରେ ଅଟାଳିକା ରହିଛି. ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରୁ ଉର୍ଦ୍ଧ.ଆଜି ସେହି କାଠ ମାଫିଆ ବିକ୍ରମ କୁ ପୋଲିସ ନିଜ ବାସ ଭାବନରୁ ଉଠେଇ ନେଇଛି. ଦେଖିବା ପୋଲିସ ଆଗକୁ କଣ ପଦକ୍ଷେପ ନେଇଛି?.
କଟକ ରୁ କାଁହୁ ଚରଣ ବାରିକ
ନବଦୂତNews#