ଜୟପୁରରେ ମହାବଳିଙ୍କ ସ୍ମୃତିରେ ଓଣମ୍ ପୂଜା
ଜୟପୁର, ୧୪/୦୯ ( ଏ. ଭେଙ୍କଟ ରାଓ ) : ଜୟପୁରରେ କେରଳ ସମାଜ ପକ୍ଷରୁ ପାଳିତ ହୋଇଛି ଓଣମ୍ ପୂଜା । ମହାବଳି ରାଜାଙ୍କ ବେଶ ରେ ଯୁବକ. ପୌରାଣିକ କଥା ଅନୁସାରେ, ଭଗବାନ ବିଷ୍ଣୁ ବାମନ ଅବତାରରେ ମହାବଳି ରାଜାଙ୍କୁ ତିନି ପାଦ ଜମି ମାଗିଥିଲେ । ପରେ ବିରାଟ ରୂପ ଧାରଣ କରି ଦୁଇ ପାଦରେ ପୃଥିବୀ ଓ ସ୍ୱର୍ଗ ମାପିଥିଲେ । ତୃତୀୟ ପାଦ ପାଇଁ ମହାବଳି ନିଜ ମୁଣ୍ଡ ଅର୍ପଣ କରିଥିଲେ । ଏହାପରେ ତାଙ୍କୁ ପାତାଳକୁ ପଠାଯାଇଥିଲା । ଲୋକବିଶ୍ୱାସ ଅନୁସାରେ, ପ୍ରତିବର୍ଷ ଓଣମ୍ ପର୍ବରେ ମହାବଳି ରାଜା ନିଜ ପ୍ରଜାଙ୍କୁ ଦେଖା କରିବାକୁ ଆସନ୍ତି । ଏହି ବିଶ୍ୱାସ ଓ ପରମ୍ପରାକୁ ନେଇ ଜୟପୁରରେ କେରଳ ସମାଜ ପକ୍ଷରୁ ପାଳିତ ହୋଇଛି ଓଣମ୍ ପୂଜା ।