୬୪ ବର୍ଷ ପରେ ୬୫ତମ ସିନିୟର ଅନ୍ତଃ-ଜିଲ୍ଲା ଫୁଟବଲ ସାହାନୀ କପ୍ : ନୂଆପଡା ଓ ଖଡିଆଳ ଠାରେ ଜୋନ ଫିକ୍ସଚର ଘୋଷଣା, ଟୁର୍ଣ୍ଣାମେଣ୍ଟ ଆୟୋଜନ
ନୂଆପଡ଼ା, ୧୨/୦୯ ( ପରମେଶ୍ୱର ମେହେର ) : ଫୁଟବଲ ଆସୋସିଏସନ ଅଫ ଓଡିଶା (FAO) ଏବଂ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ନୂଆପଡା ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜିତ ୬୫ତମ ସିନିୟର ପୁରୁଷ ଅନ୍ତଃ-ଜିଲ୍ଲା ଫୁଟବଲ ଚାମ୍ପିଅନସିପ ଫର ସାହାନୀ କପ୍ ୨୦୨୬-୨୭ ର ନୂଆପଡା ଓ ଖଡିଆଳ ଜୋନରେ ଅନୁଷ୍ଠିତ ଫିକ୍ସଚର ପ୍ରକାଶ ପାଇଛି। ଖଡ଼ିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ଜୋନରେ ୮ଟି ଜିଲ୍ଲାକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।
*ଗ୍ରୁପ- ଏ ରେ -* ସମ୍ବଲପୁର, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି ଜିଲ୍ଲା ରହିଥିବା ବେଳେ ସମସ୍ତ ଖେଳ ନୂଆପଡ଼ା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ
*ଗ୍ରୁପ- ବି ରେ * କୋରାପୁଟ, କନ୍ଧମାଳ, ନୂଆପଡା, ମାଲକାନଗିରି ଜିଲ୍ଲା ରହିଛନ୍ତି। ଏହି ସମସ୍ତ ଖେଳ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ ଆଜି ପ୍ରକାଶିତ ଫିକ୍ସଚର ଅନୁଯାୟୀ
*୨୩.୦୯.୨୦୨୬ -* ସମ୍ବଲପୁର Vs ନବରଙ୍ଗପୁର, ରାୟଗଡା Vs କଳାହାଣ୍ଡି (ନୂଆପଡା)
*୨୪.୦୯.୨୦୨୬ -* କୋରାପୁଟ ସହିଦ୍ କନ୍ଧମାଳ, ନୂଆପଡା ସହିତ ମାଲକାନଗିରି (ଖଡିଆଳ)
*୨୫.୦୯.୨୦୨୬ -* ନବରଙ୍ଗପୁର ସହିତ ରାୟଗଡା, କଳାହାଣ୍ଡି ସହିତ ସମ୍ବଲପୁର (ନୂଆପଡା)
*୨୬.୦୯.୨୦୨୬ -* କନ୍ଧମାଳ ସହିତ ନୂଆପଡା, ମାଲକାନଗିରି ସହିତ କୋରାପୁଟ (ଖଡିଆଳ)
*୨୭.୦୯.୨୦୨୬ -* ସମ୍ବଲପୁର ସହିତ ରାୟଗଡା, କଳାହାଣ୍ଡି ସହିତ ନବରଙ୍ଗପୁର (ନୂଆପଡା)
*୨୮.୦୯.୨୦୨୬ -* କନ୍ଧମାଳ ସହିତ ମାଲକାନଗିରି, ନୂଆପଡା ସହିତ କୋରାପୁଟ (ଖଡିଆଳ)
ଜୋନ ଫାଇନାଲ ମ୍ୟାଚ ୩୦.୦୯.୨୦୨୬ ଅପରାହ୍ନ ୪ଟାରେ ଗ୍ରୁପ ଏ ବିଜେତା ସହିତ ଗ୍ରୁପ ବି ର ବିଜେତା ମଧ୍ୟରେ ଖେଳାଯିବ। ଏହି ଫିକ୍ସଚର ଫୁଟବଲ୍ ଏସୋସିଏସ କଟକ ପକ୍ଷରୁ ଜାରି କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଫୁଟବଲ୍ ସଂଘ ସଭାପତି ଭୈରବ ସାହୁ ସମ୍ପାଦକ ପ୍ରକାଶ ସାହୁ, ଫୁଟବଲ୍ ମହାକୁମ୍ଭ ସଭାପତି ସନ୍ତୋଷ ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଶ୍ୱଜିତ୍ ପାଢ଼ୀ, ସମସ୍ତ ଖେଳ ପ୍ରେମୀ, ଆୟୋଜକ କମିଟି, ସହିତ ରେଫ୍ରୀ, ମାନେ ଯୋଗ ଦେଇଥିଲେ