ଝରିଗାଁ ବ୍ଲକ୍ ଠାରେ ନୂତନ ଭାବରେ ଟ୍ରIକ୍ଟର ମIଳିକ ସଂଘ ଗଠନ
ଝରିଗାଁ, ୨୭/୦୫ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସମସ୍ତ ଟ୍ରାକ୍ଟର ମାଲିକ ଏକତ୍ରିତ ହୋଇ ଆଜି ଝରିଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତର ପରଡିଗୁଡା ଗ୍ରାମଠାରେ ଏକ ବୈଠକର ଆୟୋଜନ କରିଥିଲେ |ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଏକ ଟ୍ରାକ୍ଟର ମାଲିକ ସଙ୍ଘ ଗଠନ କରିବାକୁ ନିଷ୍ପତି ନେବା ପରେ ଏକ ଟ୍ରାକ୍ଟର ମାଲିକ ସଙ୍ଘ କରାଯାଇଥିଲା |ଉପସ୍ଥିତ ସମସ୍ତ ସଦସ୍ୟଙ୍କ ନିଷ୍ପତି କ୍ରମେ 25 ଜଣ ମେମ୍ବର ଭାବେ ଚୟନ କରାଯାଇଥିଲା |ଏହି ସଙ୍ଘ ଟ୍ରାକ୍ଟର ମାଲିକ ମାନଙ୍କ ସମସ୍ୟା ସବୁର ସମାଧାନ କରିବ ବୋଲି ସଙ୍ଘର ସଦସ୍ୟମାନେ ମତ ପ୍ରକାଶ କରିଥିଲେ | ଏହି ବୈଠକ ଟ୍ରକ୍ଟର ମଳିକ ସଙ୍ଗ ରେ ସଭାପତି ସୀତାରାମ ମାଝୀ ଙ୍କୁ କରିଥିଲେ, ସେକ୍ରେଟାରୀ ଭାବରେ ଚୈତନ୍ୟ ଗୌଡ଼ କେସିୟର, ଭାବରେ ତରୁଣ ସାହୁ ବଚlଯାଇଥିଲା ଆଖି ଆଗରେ ତେଲ ଦର ବଡୁଥିବା ଦେଖି ଗାଡି ରେଟ୍ ନିର୍ଦ୍ଧାରିତ କରାଯାଇଥିବା ସୂଚନା ମିଳିଛି ଏହି ସଙ୍ଗ ରେ ମୁଖ୍ୟ ଟ୍ରକ୍ଟର ମIଳିକ ସଙ୍ଗ ସୁବିଧା ଅସୁବିଧା ଆଲୋଚନା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ସୀତାରାମ ପୂଜାରୀ,ଲବମାଝୀ, ସୁନଧର ମାଝୀ ବଳଦେବ ଗୌଡ଼,ଅନନ୍ତ ରାମ ସାହୁ,ବୀରସିଂ ଯାନୀ,ଭଞ୍ଜ ମୁଦଳି, ଅର୍ଜୁନସାନ୍ତା,ହରେଶ ଗୌଡ଼, ଧନଗୌଡ଼, ଚନ୍ଦ୍ରସାନ୍ତା, ବିଡ଼ିଓ ସାନ୍ତା, ମଙ୍ଗଳସାନ୍ତା,ଲିମାସାନ୍ତା,ଲକି ସାନ୍ତା,ମନରଞ୍ଜନ ମାଝୀ, ଟଙ୍କ ଗୌଡ଼,ପଦନ ଗୌଡ଼, ଭକ୍ତ ସାନ୍ତା,ନୀଳାମ୍ବର ମାଝୀ, ଯୋଗେଶ ଧରୁଆ, ନକୁଳ ସାନ୍ତା,କମଳ ସାନ୍ତା ଟ୍ରIକ୍ଟର ମIଳିକ ମାନେ ଯୋଗ ଦେଇଥିଲେ I