Hot Posts

6/recent/ticker-posts

ଦୁର୍ନୀତି ର ଗନ୍ତାଘର ସାଜିଛି ପଞ୍ଚାୟତ ସମିତି

କଳମପୁର, ୨୯/୦୫ ( ରିତେଶ କୁମାର ମୁଣ୍ଡ ) : ଦୁର୍ନୀତି ର ଗନ୍ତାଘର ସାଜିଛି ପଞ୍ଚାୟତ ସମିତି  ଏଭଳି ଦୁର୍ନୀତି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ଡେପୁର ପଂଚାୟତ ଇଚ୍ଛାପୁର ଗ୍ରାମ ରେ. ଏହି କଥା ଆମେ କହୁନୁ ଆଜ୍ଞା କହୁଛନ୍ତି ସ୍ଥାନୀୟ ଇଚ୍ଛାପୁର ଗ୍ରାମବାସୀ. ଏହି ଗାଁ ରେ ଯେତେ ବି ସରକାରୀ ଅନୁଦାନ ର କାମ ହୋଇଥାଏ ତାହାର ସୂଚନା ଫଳକ ନଥାଏ, ଏହାର ଉଦାହରଣ ସାଜିଛି ଇଚ୍ଛାପୁର ଗ୍ରାମରେ ନିର୍ମିତ ହେଉଥିବା ଏହି ଘର କାମରୁ. କାରଣ ଏହି ଘର କାମରେ କୌଣସି ସୂଚନା ଫଳକ ନଥିବା ବେଳେ କାର୍ଯ୍ୟ ରେ କୌଣସି ଯନ୍ତ୍ରୀ କିମ୍ବା ଠିକାଦାର ରହୁନଥିବା କହିଛନ୍ତି ଗ୍ରାମବାସୀ.ଏହି ଗାଁ ରେ ଯେତେବି ସରକାରୀ ଅନୁଦାନ ର କାମ ହୋଇଥାଏ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସୂଚନା ଫଳକ ରହିଥିବା ବେଳେ ପ୍ରାୟ ଅନେକ କାମର ସୂଚନା ଫଳକ ନଥିବା ଜଣା ପଡିଛି. ଏଥିରୁ ଆପଣ ମାନେ ସ୍ପଷ୍ଟ ଭାବରେ ଜାଣି ପାରୁଥିବେଯେ ସରକାରୀ ଅର୍ଥ କୁ କେମିତି ଆତ୍ମସାତ କରିବାରେ ନିୟୋଜିତ ଯନ୍ତ୍ରୀ ଓ ଠିକାଦାର ବ୍ୟସ୍ତ ଅଛନ୍ତି.ଏହି ବିଷୟରେ ଯନ୍ତ୍ରୀ ମହାଶୟ ଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି କହିଥିଲେ.ଆମ ପ୍ରତିନିଧି ବି ଡ଼ି ଓ ମହାଶୟ ଙ୍କୁ ପ୍ରତିକ୍ରିୟା ମାଗିବାରୁ ଠିକ ଅଛି ଆପଣ ମାନଙ୍କ ମାଧ୍ୟ୍ୟମରୁ ଜାଣିଲି. ଯଦି ଏମିତି ହୋଇଥାଏ ତା ହେଲେ ମୁଁ ଉଚିତ ତଦନ୍ତ କରିବି ବୋଲି ପ୍ରତିକ୍ରିୟା ରଖିଥିଲେ. ଖବର ପ୍ରସାରଣ ହେଲାପରେ ଜିଲ୍ଲା ପ୍ରଶାସନ ଏହାର ସଠିକ ତଦନ୍ତ କରି ଠିକ ହିସାବରେ କାମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି.


  (କଳାହାଣ୍ଡି କଳମପୁର ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ )