ଭବାନୀପାଟଣା, ୨୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ଥାନୀୟ ବାଲାଜୀ ମନ୍ଦିର ପାର୍ଶ୍ଵରେ ଥିବା ଗୋକୁଳଚନ୍ଦ୍ର ପଟ୍ଟନାୟକ କମ୍ପ୍ଲେକ୍ସ ପରିସରରେ ଆଜି ନୀଳମାଧବ ଉନିସେକ୍ସ ସ୍ପା ଓ ମା ମାଣିକେଶ୍ୱରୀ ବାରିକ ସଙ୍ଘ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। "ରକ୍ତଦାନ! ମହତ ଦାନ!! ରକ୍ତଦାନ ହେଉଛି ସତ୍ୟ ସେବା!" ଏବଂ "ଆପଣଙ୍କ ରକ୍ତର ବିନ୍ଦୁଟିଏ, ଅନ୍ୟ କାହା ପାଇଁ ଜୀବନଟିଏ" ଭଳି ମହାନ ବାର୍ତ୍ତାକୁ ପାଥେୟ କରି ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି ଜନହିତକର କାର୍ଯ୍ୟକ୍ରମଟିକୁ ନୀଳମାଧବ ୟୁନିସେକ୍ସ ସେଲୁନ୍ ଏବଂ ସ୍ପା, ମାଁ ମାଣିକେଶ୍ୱରୀ ସେଲୁନ୍ ସ୍ପା ଓ ମିଳିତ ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ସକାଳ ୮:୩୦ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ କରିଥିଲେ। ସମାଜରେ ରକ୍ତର ଅଭାବକୁ ଦୂର କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେଲୁନ୍ ଏବଂ ବ୍ୟବସାୟୀ ସଂଘ ପକ୍ଷରୁ କରାଯାଇଥିବା ଏହି ପ୍ରୟାସକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ଅନୁକୁଲ୍ୟ ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ବାନ ସମେତ ନୀଳମାଧବ ୟୁନିସେକ୍ସ ସ୍ପା ର ମାଲିକ ବଂଶୀ ବାରିକ ଓ ମା ମାଣିକେଶ୍ୱରୀ ସଙ୍ଘ ର ସଭାପତି ଅଜୟ ବାରିକ ସମେତ ଅନ୍ୟା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

