Hot Posts

6/recent/ticker-posts

ବରୀରେ ବିଦ୍ୟୁତ୍ ବିଭ୍ରାଟ, ଲୋକେ ହନ୍ତସନ୍ତ

ବରୀ, ୦୫/୦୫ ( ରଂଜିତ ମହାନ୍ତି ) : ଶନିବାର ବରୀ ଅଞ୍ଚଳରେ ଦେଖାଦେଇଥିବା କାଳବୈଶାଖୀ ଯୋଗୁଁ ବିଦ୍ୟତ୍ ସରବରାହ ଠପ୍ ହୋଇଯାଇଛି। ଦିନ ରାତି ବିଦ୍ୟତ୍ କର୍ମଚାରୀ କାମ କରୁଥିଲେ ମଧ୍ୟ ଏବେବି ଅନେକ ଅଞ୍ଚଳରେ ବିଦ୍ୟତ୍ ସେବା ମିଳିପାରି ନାହିଁ। ବିଶେଷ ଭାବରେ ବରୀ-୨ ସେକସନ୍ ଅଧୀନରେ ଥିବା ବାଲିଆ, ଧାରପୁର, ହଳଦୀବସନ୍ତ, ମିର୍ଜାପୁର, ଯଅଁପଡ଼ା ଆଦି ଗାଆଁ ଗୁଡିକ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ଧାର ରହିଛି। ସୋମ‌ବାର ମଧ୍ୟାହ୍ନରେ ଯଦିଓ ୩୩ କେଭି ବିଦ୍ୟୁତ ଠିକ୍ ହୋଇଛି ମାତ୍ର ଅତ୍ୟଧୂକ ନଷ୍ଟ ଯୋଗୁଁ ଏଲ୍‌ଟି ଲାଇନ୍ ଗୁଡିକ ସଜାଡି ହେବା ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ  ସମୟ ଲାଗିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅତଏବ ୬୦ ଘଣ୍ଟାରୁ ଅଧୂକ ଅ ବିଦ୍ଯତ ସେବାରୁ ଉପଭୋକ୍ତାମା ନେ ବଞ୍ଚିତ ହେବେ। ସରକାରୀ ଜଳ ଯୋଗାଣ ଉପରେ ନିର୍ଭର କରୁଥିବା ଗାଆଁ ଗୁଡିକରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି। ଗୋଟିଏ ଗୋଟିଏ ସରକାରୀ ନଳକୂପ ପାଖରେ ଶହ ଶହ ଲୋକ ପାଣି ପାଇଁ ଧାଡ଼ି ଦେଉଛନ୍ତି । ସେହିପରି ଅମଠପୁର ସେକସନ୍, ସାଉଡ଼ିଆ ସେକ୍‌ସନ୍ ଆଦିର ଅବସ୍ଥା ମଧ୍ୟ ଜଟିଳ। ଯେଉଁ କେତୋଟି ଗାଆଁକୁ ସୋମବାର ବିଦ୍ୟୁତ ସେବା ସମ୍ଭବ ହୋଇଛି, ମରାମତି ପାଇଁ ବାରମ୍ବାର ବିଦ୍ୟତ କାଟ୍ ହେତୁ ଏଠି ମଧ୍ଯ ସମାନ ଅବସ୍ଥା ଉପୁଜିଛି। ବରୀ ଉପଖଣ୍ଡ ଅଧୀନରେ ଥିବା ସେବ ସକସନ୍‌ମାନଙ୍କରୁ କର୍ମଚାରୀ ଅଦଳ ବଦଳ କରି କାମ କରାଯାଉଛି। ଯାହାକି ପର୍ଯ୍ୟାପ୍ତ ହେଉ ନଥିବାରୁ ମରାମତି ବିଳମ୍ବ ହେଉଥ‌ିବାର କୁହାଯାଉଛି। ଶ୍ରମିକ/ କର୍ମଚାରୀ ଯୋଗାଣକାରୀ ଠିକା ସଂସ୍ଥା ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ସମୟରେ ଯୋଗାଇ ପାରି ନଥିବା ଜଣାପଡ଼ିଛି। ସଂସ୍ଥାର ପରିଚାଳକ ପ୍ରଭାତ କୁମାରଙ୍କୁ ଯୋଗାଯୋଗ କରିବାରୁ ଯାହା ପିଲା ଅଛନ୍ତି କାମ ଚଳାଉଛନ୍ତି ବୋଲି କହି ଘଟଣାକୁ ଏଡାଇ ଯାଇଛନ୍ତି। ତୁରନ୍ତ ଅନ୍ୟ ଉପଖଣ୍ଡରୁ କୁଶଳୀ କର୍ମଚାରୀମାନଙ୍କୁ ବରୀରେ ଅବସ୍ଥାପିତ କରି ବିଦ୍ୟତ୍ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।