ଦୀର୍ଘଦିନ ହେଲା ଅଚଳ ଅବସ୍ଥା ରେ ଡ଼ାଲଗୁମା ଓଭରହେଡ଼ ପାଣି ଟାଙ୍କି
କୋକସରା, ୧୬/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡ଼ାଲଗୁମା ଗାଁ କୁ ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଏକ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ ହୋଇଥିଲା ଜଳ ଯୋଗଣ ମଧ୍ୟ ଠିକ ଠାକ ଚାଲିଥିଲା କିନ୍ତୁ ବାରମ୍ବାର ସେହି ପାଣି ଟାଙ୍କି ରୁ କେବୁଲ ଚୋରି ହେଉଥିବାରୁ କୋକସରା ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ଦୃବୃତ କୁ ଧରିବା ରେ ଅକ୍ଷମ ହେଉଛି ପୋଲିସ ବର୍ତମାନ ଗ୍ରୀଷ୍ମ ରୁତୁ ରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳୁଅଛି ଡ଼ାଲଗୁମା ଗ୍ରାମ ବାସୀ ତୁରନ୍ତ ଓଭରହେଡ଼ ପାଣି ଟାଙ୍କି କୁ ମରାମତି କରିବା ପାଇଁ ପ୍ରଶାସନ କୁ ଅନୁରୋଧ କରୁଛନ୍ତି
କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋଟ