Hot Posts

6/recent/ticker-posts

ପତିତପାବନ ଯୁବକ ସଂଘର ରଜ ମହତ୍ସବର ପ୍ରସ୍ଥୁତି ବୈଠକ

ବେଗୁନିଆ, ୦୩/୦୫ ( ମାନସ ରଞ୍ଜନ କର ) : ଆଦ୍ୟ ତା ୦୨/୦୫/୨୦୨୬ ରିଖ ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ SRSA କ୍ଲବ ପରିସରରେ ପତିତପାବନ ଯୁବକ ସଂଘ ର ଉପସଭାପତି -ବିଶ୍ୱରଞ୍ଜନ ଦାସ ଙ୍କ ଅଧକ୍ଷତାରେ ସମସ୍ତ ସଭ୍ୟ ମାନଙ୍କୁ ନେଇ ବେଗୁନିଆ ରଜ ମହୋତ୍ସବ ୨୦୨୬ ର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକ ରେ ଉପଦେଷ୍ଟା ଦିବାକର ସାହୁ,ସମ୍ପାଦକ ଗଙ୍ଗାଧର ମାର୍ଥା , ସହ ସମ୍ପାଦକ ବଟକୃଷ୍ଣ ମହାପାତ୍ର , କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସାହୁ , ଅଶ୍ୱିନୀ ପଟ୍ଟନାୟକ ,ସରୋଜ ମହାପାତ୍ର, ରବିନାରାୟଣ ଦଳେଇ, ସତ୍ୟ ପ୍ରିୟ ମହାପାତ୍ର ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ମୋହାତ୍ସଵ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ମତାମତ ଉପସ୍ଥାପନ କରିଥିଲେ । ପୂର୍ବ ବର୍ଷ ଭଳି ଏ ବର୍ଷ ୧୬ ତମ ରଜ ମହୋତ୍ସବ ଅତି ଧୁମ୍ ଧାମ ରେ ପାଳନ କରିବା ପାଇଁ ପତିତପାବନ ଯୁବକ ସଂଘ କର୍ମ କର୍ତ୍ତା ମାନେ ଦୃଢ଼ ଆଶା ପୋଷଣ କରିଥିଲେ । ଏ ବର୍ଷ ରଜ ମହୋତ୍ସବ ରେ କବାଡି, ପିଠା, ଝୋଟି, କାନ୍ଦଣା, ଦଉଡିଆଁ, ଅନ୍ଧ ପୁଟୁଳି , କୁଇଜ୍, ମେହେନ୍ଦି, ପୁଚି, ମ୍ୟୁଜିକ୍ ଚେୟାର ଓ ରଜ କୁଇନି ୨୦୨୬ ପ୍ରତିଯୋଗିତା ସହ ସଂସ୍କୃତିକ କାର୍ଯ୍ୟକର୍ମ ଓ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି ।