Hot Posts

6/recent/ticker-posts

କଳାହାଣ୍ଡି ପୋଲିସ ପକ୍ଷରୁ 'ଜୁଭେନାଇଲ ଆଉଟରିଚ୍ କାର୍ଯ୍ୟକ୍ରମ ।

କଳାହାଣ୍ଡି, ୦୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡିଶା ପୋଲିସ ଡିଜି ଙ୍କ ଭର୍ଚୁଆଲ ମାଧ୍ୟମରେ ସାରାରାଜ୍ୟ ର ଥାନା ରେ 'ଜୁଭେନାଇଲ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି‌।କ୍ରାଇମବ୍ରାଞ୍ଚ, CID ଏବଂ CBW ର ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାରେ 'ଜୁଭେନାଇଲ ଆଉଟରିଚ୍ ପ୍ରୋଗ୍ରାମ' (Juvenile Outreach Programme) ଆରମ୍ଭ କରାଯାଇଛି ।ମୁଖ୍ୟତଃ କିଶୋରୀ କନ୍ୟା ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଓ ସଚେତନତା କରିବାର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୯ ଟି ଥାନାରେ ସଚେତନତା କରାଯାଇଛି। ପ୍ରତି ଥାନାରେ ଥିବା ଚାଇଲ୍ଡ ୱେଲଫେୟାର ପୋଲିସ ଅଫିସର (CWPO) ମାନେ ପିଲାମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରାବଧାନ ବିଷୟରେ ଅବଗତ କରାଉଛନ୍ତି । ଯଦି କୌଣସି ନାବାଳକ ବା ନାବାଳିକା କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ କିଭଳି ନିର୍ଭୟରେ ଏବଂ ସହଜରେ ଥାନାରେ ଅଭିଯୋଗ କରିପାରିବେ, ସେ ବିଷୟରେ ସେମାନଙ୍କୁ ସଚେତନ କରାଯାଉଛି ।ଅଙ୍ଗନୱାଡି ଓ ଶିକ୍ଷାନୁଷ୍ଠାନ: ପୋଲିସ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସ୍କୁଲ ଓ କଲେଜରେ ଏହି ସଚେତନତା ଶିବିର କରାଯିବ ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡୋ କହିଛନ୍ତି ।


କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ