Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ, ରାଜ୍ୟ ନେତୃତ୍ୱ ଉପରେ ବର୍ଷିଲେ ଶଶୀଭୂଷଣ ଦାଶ

କୋରାପୁଟ, ୦୮/୦୫ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ନିରିହ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ବିଭିନ୍ନ ସମୟରେ ଗଣ ମାଧ୍ୟମକୁ ସୁଚନା ଦେବା ସହିତ କୋରାପୁଟ ଓ ଜୟପୁର ଠାରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରିଆସୁଛନ୍ତି, ଦିର୍ଘ ୨୦ ବର୍ଷ ହେବ ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଓଡ଼ିଶା ଅମଲା ସଂଘ ପାଣ୍ଠିର ଅପବ୍ୟବହାର କରିବା ନେଇ ପାଟି  ଖୋଲିଥିଲେ ତେଣୁ ସଂଘ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଏ ନେଇ ଶ୍ରୀ ଦାଶ୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଓଡ଼ିଶା ଙ୍କୁ ଓଡିଶା ଅମଲା ସଂଘ ର ଅରାଜକତା କୁ ନେଇ ଚିଠି ଲେଖିଥିଲେ, ପୁର୍ବତନ ସରକାର ଙ୍କ ସମୟରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ କରାଇବା ନିମନ୍ତେ ଲକ୍ଷାଧିକ ଟଙ୍କା ନେଇ ପରିଶେଷରେ ସରକାର ଙ୍କ ସହିତ ସଲା ସୁତୁରା କରି ସେହି ଟଙ୍କା ଆତ୍ମସାତ କରିଥିବା ଶ୍ରୀ ଦାଶ୍ ସୁଚନା ଦେଇଛନ୍ତି, ଗୃହ ବିଭାଗ ର ଆଦେଶକୁ ମଧ୍ୟ ଅବମାନନା କରାଯାଉଥିବା ଶ୍ରୀ ଦାଶ୍ କହିଛନ୍ତି, ସେମାନେ ପୁରୀ, ଭୁବନେଶ୍ୱର, କଟକ ରେ ରହି ସରକାର ଙ୍କ ସ୍ତରରେ ତାଙ୍କର ଦବଦବା ରଖିବା ସହିତ ବାରମ୍ବାର ଭୁବନେଶ୍ୱର ଓ ପୁରୀ ରେ ତ୍ରୟବାର୍ଷିକି ସମ୍ମିଳନି କରି ସେମାନେ ନିଜେ ନିଜେ ଓଡ଼ିଶା ଅମଲା ସଂଘ ର ପଦବୀ ରେ ରହି ଯାଉଛନ୍ତି ଯଦି କିଏ ପାଟି  ଖୋଲିଲା ତା ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି ଏହାର ପ୍ରମାଣ ୨୦୨୩ ତ୍ରୟବାର୍ଷିକି ସମ୍ମିଳନି ରେ ଦେଖିବାକୁ ମିଳିଛି, ତେଣୁ ସମସ୍ତ ଜିଲ୍ଲା ନେତୃବୃନ୍ଦ ଓ କିଛି ରାଜ୍ୟ ନେତୃବୃନ୍ଦ ଙ୍କ ଅନୁରୋଧ କ୍ରମେ କୋରାପୁଟ ଜିଲ୍ଲା ରେ ସ୍ବଚ୍ଛ, ନିରପେକ୍ଷ, ଅବାଧ ନିର୍ବାଚନ କରିବା ସହିତ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଆସନ୍ତା ୨୩.୦୫.୨୦୨୬ ଓ ୨୪ ୦୫.୨୦୨୬ ରିଖ ଦିନ କୋରାପୁଟ ଜିଲ୍ଲା ରେ ଓଡ଼ିଶା ଅମଲା ସଂଘ ର ନିର୍ବାଚନ କରିବା ନିମନ୍ତେ ଶ୍ରୀ ଦାଶ୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ସଚିବଙ୍କୁ ଏକ ଚିଠି ଲେଖିଥିଲେ, ବର୍ତମାନ ଦେଖିବାକୁ ମିଳିଲା ଯେ ୨୩ ଓ ୨୪ ତାରିଖ ପରିବର୍ତ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୬ ଓ ୨୭ ତାରିଖରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ଶୁଭେଛା ବାର୍ତ୍ତା ଦେଇଛନ୍ତି, ଏହା ର ପରିବର୍ତନ ପଛରେ କୁ ଚକ୍ରାନ୍ତ କାରି ଙ୍କ ଷଡ଼ଯନ୍ତ୍ର ରହିଥିବା ସହିତ କୋରାପୁଟ ଜିଲ୍ଲା ରେ ୨୩ ଓ ୨୪ ମଇ ୨୦୨୬ ରେ ଓଡ଼ିଶା ଅମଲା ସଂଘ ର ନିର୍ବାଚନ ହେବା ନେଇ ଷ୍ପଷ୍ଟ କରିଛନ୍ତି