ବେଣ୍ଟକାର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା
କଟକ, ୦୪/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ସଦର ବ୍ଲକ୍ ବୟାଳିଶ ମୌଜା ସରସ୍ୱତୀ ଶିଶୁ ମନ୍ଦିର, ବେଣ୍ଟକାର। ସ୍କୁଲ ର ଶୃତିଲିକା ଦେବତା ସର୍ବୋଚ୍ଚ ୫୫୩ ଏବଂ ଅଙ୍କିତ ଅଂଶୁମାନ ସର୍ବୋଚ୍ଚ ୫୫୨ ମାର୍କ ରଖି ସ୍କୁଲ ତଥା ଅଞ୍ଚଳ ର ଗୌରବ ଅର୍ଜନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଉଭୟ ଛାତ୍ର, ଛାତ୍ରୀ ନିଜ ବକ୍ତ୍ତବ୍ୟ ରେ କହିଛନ୍ତି ଯେ ଭଲ ମାର୍କ ରଖିବା ପାଇଁ ଘଣ୍ଟା ଘଣ୍ଟାପାଠ ପଢ଼ିବା ଦରକାର ନାହିଁ। କେବଳ ଟାର୍ଗେଟ ନେଇ ପାଠ ପଢ଼ିବା ଆବଶ୍ୟକ। ସେମାନେ ଆଜିର ସଫଳତା ପାଇଁ ନିଜ ମାଆ ଙ୍କୁ ଶ୍ରେୟ ଦେଇଛନ୍ତି, ଉଭୟ ଙ୍କ ପିତା, ମାତା ପିଲା ମାନଙ୍କୁ ନେଇ ବହୁତ୍ ଖୁସି ଅନୁଭବ କରୁଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ