Hot Posts

6/recent/ticker-posts

ରେଳବାଇରେ ମଝିଘରିଆଣୀ ପର୍ବ ଉଦଯାପନ।

ରାୟଗଡ଼, ୦୪/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ରେଳବାଇ ଖେଳ ପଡ଼ିଆ ଠାରେ ଇଷ୍ଟ କୋଷ୍ଟ ରେଳବାଇ ମା ମଝିଘରିଆଣି ପୁଜା କମିଟି ପକ୍ଷରୁ ମହାଆଡମ୍ବରରେ ପାଳିତ ହୋଇଥିଲା ବାର୍ଷିକ ଚୈତ୍ର ପର୍ବ। ଗତମାସ 28ତାରିଖରୁ ଆରମ୍ଭ ହୋଇଥିଲା ମା ମଝୀଘରିଆଣିଙ୍କ ଘଣ୍ଟଯାତ୍ରା। ପୂଜା କମିଟି ସଦସ୍ୟ ଅଶୋକ କୁମାର ପାଢ଼ୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ପର୍ଵ ପାଳିତ ହୋଇଛି। ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। 3ତାରିଖ ରବିବାର ଦିନ ଏହି ଘଣ୍ଟପର୍ବ ଉଦଯାପନ ହୋଇଥିଲା। ସୁଦୂର ଆନ୍ଧ୍ର ପ୍ରଦେଶରୁ ଆସିଥିବା ବାଘ ନାଟ, ଦେବୀଦେବତାଙ୍କ ରୂପରେ ସୁସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ କଳାକାର। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ରେଳବାଇ ଖେଳ ପଡ଼ିଆରୁ ବାହାରି ଦୈନିକ ବଜାର ହୋଇ ମଝିଘରିଆଣୀ ମନ୍ଦିର ପହଞ୍ଚିଥିଲା। 2023ରୁ ଆରମ୍ଭ ହୋଇଥିବା ଏହି ପର୍ବ ଆଜକୁ 4ବର୍ଷ ଧରି ରାୟଗଡ଼ ଇଷ୍ଟକୋଷ୍ଟ ରେଳବାଇର 11ଗୋଟି ବିଭାଗ ମିଶି ଏହି ପର୍ବକୁ ସଫଳ କରିଥିବାରୁ ଶ୍ରୀଯୁକ୍ତ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।