ନୂଆପଡାରେ ଆଇନ ସଚେତନତା ଶିବିର: ମାନସିକ ଓ ବୌଦ୍ଧିକ ଅକ୍ଷମଙ୍କ ଅଧିକାର ଉପରେ ଜୋର
ନୂଆପଡା, ୦୪/୦୫ ( ପରମେଶ୍ୱର ମେହେର ) : ନୂଆପଡା ବ୍ଳକ ଟାନଓ୍ବାଟସ୍ଥି ତ ବିଜୁ ପଟ୍ଟନାୟକ । ମାନସି କ ସ୍ଵତନ୍ତ୍ର ବିଦ୍ୟାଳୟ ରେ ଜି ଲ୍ଲା ଆଇ ନ ସ ବ । ପ୍ର।ଧୂକରଣ ଆନୁକୂଲ୍ୟରେ ନାଲ୍ଟା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତି ଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧୂକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ଵରୀ ସାମନ୍ତ, ଓ ଅଧୂକାର ମିତ୍ର ଗଣ ଉପସ୍ଥିତ ହୋଇ ନାଲ୍ଟା ( ମାନସି କ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ। ଏହି ଅବସରରେ ପ୍ରାଧୂକରଣର ସଚିବ ନବନୀତା ଦାଶ ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ।