କଟକ ୱାର୍ଡ-୨୮ରେ ମିଶନ ଶକ୍ତି ମାଆମାନଙ୍କୁ ସମ୍ବର୍ଦ୍ଧନା
କଟକ, ୧୭/୦୫ ( କାଁହୁ ଚରଣ ବାରିକ ) : କଟକ ମହାନଗର ନିଗମର ୱାର୍ଡ ନମ୍ବର ୨୮ ତଳ ତେଲେଙ୍ଗା ବଜ଼ାର ବିଜେପି ୱାର୍ଡ କାର୍ଯ୍ୟାଳୟରେ ଏସ.ଏଚ. ଜି ମିଶନ ଶକ୍ତି ସଭାପତି ଓ ସମ୍ପାଦକ ମାଆ ଭଉଣୀ ମାନଙ୍କୁ ୱାର୍ଡ କର୍ପୋରେଟର ପାର୍ଥୀନୀ ଅଳକା ମହାନ୍ତି ଙ୍କ ନେତୃତ୍ୱ ରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ଏଥିରେ ଅତିଥି ଭାବେ ପୂର୍ବତନ ନକଟକ ଜିଲ୍ଲା ସଭାପତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲାଟେନ୍ଦୁ ବଡୁ , ପୂର୍ବତ୍ତନ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିରେଖା ଦାସ , ଜିଲ୍ଲା ଉପସଭାପତି ବିଶ୍ଵ ରଞ୍ଜନ ମିଶ୍ର , ମଣ୍ଡଳ ସଭାପତି ମିଲନ ରାଉତ ରାୟ ଉପ ସଭାପତି ଯୋଗେନ୍ଦ୍ର ବେହେରା, ଶଶୀକାନ୍ତ ପରିଡା ସାଧାରଣ ସମ୍ପାଦକ କୃଷ୍ଣ ମହାପାତ୍ର, ଶ୍ରୀମାଳିନୀ ଦାସ ଇପ୍ସିତା ଜେନା ପୂର୍ବତ୍ତନ ଜିଲ୍ଲା ସମ୍ପାଦକ ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।