Hot Posts

6/recent/ticker-posts

ବିପଦ ସଙ୍କୁଳ ପୋଲ ଉପରେ ଚାଲୁଛନ୍ତି ଲୋକ।

ବାଲେଶ୍ୱର, ୧୭ / ୫ ( ପ୍ରଭାକର ମଲ୍ଲିକ ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଠାରୁ ପାନ୍ତେଇ ଫେରି ଘାଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମଝିରେ ଏକ ପୋଲ ଭାଙ୍ଗି ଯାଇଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛନ୍ତି ଲୋକେ। ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ହୋଇଥିବା ଏଇ ପୋଲ ଗତ ତିନି ବର୍ଷ ହେବ ଅଧେ ତଳକୁ ଦବି ଯାଇଛି।କେତେବେଳେ ତାହା ସମ୍ପୂର୍ଣ ଭାଙ୍ଗି ଯିବ କିଏ କହିବ।ସେଇ ଅଧା ଭଙ୍ଗା ବିପଦ ସଙ୍କୁଳ ପୋଲ ଉପରେ ଜୀବନକୁ ପାଣି ଛଡେଇ ଲୋକ ଯାତାୟାତ କରନ୍ତି। ରାସ୍ତା ଟି ପାନ୍ତେଇ ଘାଟ ଦେଇ ଭୋଗରାଇ କୁ ସଂଯୋଗ କରୁଥିବା ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତି ଦିନ ହଜାର ହଜାର ଲୋକ ଯାତାୟାତ କରନ୍ତି।ଭୋଗରାଇ କୁ ଯିବାପାଇଁ ଓ ଭୋଗରାଇ ବ୍ୟବସାୟୀ ମାନେ ସିମୁଳିଆ ହାଟ କୁ ଭୋର୍ ୪ଟା ରୁ ଆରମ୍ଭ କରି ରାତି ୧୦ ଟା ଯାଏ ଯାତାୟାତ କରନ୍ତି। ସ୍କୁଲ କଲେଜ ଛାତ୍ର ଛାତ୍ରୀ ସାଧାରଣ ଲୋକ ଯିବା ଆସିବା କରୁଥିବାରୁ କେତେବେଳେ ଯେ କଣ ବିପଦ ଆସିବ କିଏ କହିବ।ବିଶେଷ କରି ବାଲିଆପାଳ, ବସ୍ତା,ସଦର,ଭୋଗରାଇ ବ୍ଲକ ର ପ୍ରତିଦିନ ହାଜର ହଜାର ଲୋକ ସହିତ ପଶ୍ଚିମବଙ୍ଗ ର ଲୋକ ମଧ୍ୟ ଏଇ ରାସ୍ତା ଉପରେ ନିର୍ଭର କରନ୍ତି। ଅନ୍ୟ ବିକଳ୍ପ ପନ୍ଥା ନ ଥିବାରୁ ଏଇ ରାସ୍ତା ଉପରେ ବାଇକ୍ ସମେତ ଟ୍ରାକ୍ଟର, କାର୍ ଇତ୍ୟାଦି ଭାରି ଯାନ ମାଲ ବୋଝେଇ ଗାଡି ମଧ୍ୟ ଯାତାୟାତ କରିବାକୁ ବାଧ୍ୟ ହୁଏ। ମାତ୍ର ପନ୍ଦର ବର୍ଷ ତଳେ ନିର୍ମିତ ହୋଇଥିବା ଏଇ ପୋଲ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଅଧା ପାଖ ଦବି ଯାଇ ଭାଙ୍ଗି ଯାଇଛି। ଏ ବାବଦରେ ବିଭାଗୀୟ ଅଧିକାରୀ,ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବସ୍ତା ବିଧାୟକ, ବାଲେଶ୍ଵର ସାଂସଦ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କିଛି ସୁଫଳ ମିଳିନି।ଖୁବ୍ ଶୀଘ୍ର ନୂଆ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।ନଚେତ୍ କେତେବେଳେ କାହାର ବିପଦ ଆସିବ କିଏ କହିବ। ଏ ବାବଦରେ ବାଲିଆପାଳ ବିଭାଗୀୟ ଯନ୍ତ୍ରୀ ଭବେନ୍ଦ୍ର ନାଥ ଟୁଡୁ ଙ୍କୁ ପଚାରିବାରୁ ସେ କହିଲେ ଆମେ ପ୍ରକଳ୍ପ କରି ପଠାଇଛୁ,ଉପରେ ମଞ୍ଜୁର ହେଲେ ନୂଆ ପୋଲ ନିର୍ମାଣ ହେବ l 

ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l