Hot Posts

6/recent/ticker-posts

ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ, ୩୧ ଲିଟର ଡିଜେଲ୍‌ ଜବତ

ରାୟଗଡ଼ା, ୧୯/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ACSO, ରାୟଗଡ଼ ଓ ଅତିରିକ୍ତ ତହସିଲଦାରଙ୍କ ସହଯୋଗରେ କୋଟଲଗୁଡା ସ୍ଥିତ M/s ବାସନ୍ତୀ ଫିଲିଂ ଷ୍ଟେସନ୍‌ (HPCL) ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୩୧ ଲିଟର ଡିଜେଲ୍‌ (HSD), ୧ଟି ଭର୍ତ୍ତି ବ୍ୟାରେଲ୍‌ ଓ ୫ଟି ଖାଲି ବ୍ୟାରେଲ୍‌ ଜବତ କରାଯାଇଛି। ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଆଗାମୀ ଦିନରେ ଏପରି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।