Hot Posts

6/recent/ticker-posts

ବସ୍ତା ବ୍ଲକଦଶମ ବୋର୍ଡ଼ ପରୀକ୍ଷାରେ କୃତୀ ଏ - ୧ ଛାତ୍ର ଛାତ୍ରୀ ମାନଙ୍କୁ ଓଷ୍ଟ। ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର , ୯/୫ ( ପ୍ରଭାକର ମଲ୍ଲିକ ) : ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଏ -୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ବସ୍ତା ବ୍ଲକର ବିଭିନ୍ନ ବିଦ୍ୟାଳୟର ୨୬ ଜଣ ଛାତ୍ର ଛାତ୍ରୀଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା),ବସ୍ତା ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଛି।ଏହି ଉଦ୍ଦେଶ୍ୟ ରେ ଇଡିଦା ଗୋଲକ ନାରାୟଣ ବନଦୁର୍ଗା ସରକାରୀଉଚ୍ଚବିଦ୍ୟାଳ ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ସଙ୍ଘର ସଭାପତି ଯତୀନ୍ଦ୍ର ନାଥ ଦାସ ଅଧିକାରୀଙ୍କ ସଭାପତିତ୍ୱରେ ଆୟୋ ଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓଷ୍ଟା ସମ୍ପା ଦକ ବିଜୟ କୁମାର ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଏହି ସଫ ଳତା ଯେମିତି ଭବିଷ୍ୟତରେ ବିଫଳତାରେ ପରିଣତ ନହେଉ,ଏଥି ନିମନ୍ତେ ସଯତ୍ନ ରହିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତାଭାବେ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ବ୍ଲକ ଓଷ୍ଟା ସଭାପତି ବୀରେନ୍ଦ୍ର ନାରା ୟଣ ପ୍ରହରାଜ,ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି ରଣା,ସଙ୍ଘର ପୂର୍ବତନ ସମ୍ପାଦକ ହରିବାସ ଦାସ, ସଙ୍ଘର ଉପସଭାପତି ଜଗବନ୍ଧୁ ସାହୁ ଓ ତୃପ୍ତି ରାଉତ,କାର୍ଯ୍ୟ କାରୀ ସଭାପତି ବେଣୁଧର ନନ୍ଦୀ,ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରାଙ୍ଗ ଚରଣ ରାଉତ, ଇଡିଦା କ୍ଲଷ୍ଟର ସି ଆର ସି ସି ପୂର୍ଣ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କ ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଉତ୍ସାହିତ କରିଥିଲେ।ସମ୍ପାଦକ ଶିବଶ ଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ରଖିଥିଲେ ଏବଂ ଶିକ୍ଷକ ଜୟକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବସ୍ତା ବ୍ଲକର ୨୬ ଜଣ ଏ -୧ ଗ୍ରେଡ଼ରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ ଏବଂ ପ୍ରଶଂସା ପତ୍ର ଦେଇ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ତଥା ଅଭିଭାବକ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l