Hot Posts

6/recent/ticker-posts

କୁଡୁମୁଲୁ ଗୁମ୍ମା ଫାଣ୍ଡି ଅଧିକାରୀ ଜବତ କଲେ ନକଲି ଦେଶି ମଦ ପାଉଚ୍।

ମାଲକାନଗିରି, ୧୯/୦୫ ( ଶରତ ଚନ୍ଦ୍ର ଖରା ) : କୁଡୁମୁଲୁଗୁମ୍ମା ସ୍ଥିତ ଦେଶୀ ମଦ ଭାଟି ନିକଟରେ ଗୋଟିଏ ଅଟୋ ରେଜିଷ୍ଟ୍ରେସନ ନମ୍ବର - ଓଡି୧୦ୱାଇ ୮୦୫୧ ଯୋଗେ ଗତକାଲି ରାତ୍ରରେ ବାଲିମେଳା ଭାଟିରୁ କୁଡୁମୁଲୁଗୁମ୍ମା ଦେଶୀ ଭାଟିରେ ଅନଲୋଡ କରିବାକୁ ଆସିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଉକ୍ତ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ମୁତାବକ, ଓର୍କେଲ ଥାନାର ସେକେଣ୍ଡ ଅଫିସର ଅଜିତ ସିଂ ବରିହାଙ୍କ ସହିତ କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ୍ ଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଅଟୋକୁ ଫାଣ୍ଡିକୁ ଆଣିବା ସହିତ ସମସ୍ତ ନକଲି ଦେଶୀ ମଦ ପ୍ୟାକେଟ ଗୁଡିକୁ ଜବତ କରିଥିଲେ ।୧୫ଟି ଜରିବସ୍ତା ମଧ୍ୟରେ ପାଖାପାଖି ୩୦୦୦ ପାଉଚ ଯାହା ମଧ୍ୟରେ ୬୦୦ ଲିଟର ଦେଶୀ ମଦ ଜବତ କରିଥିଲେ। ଏହି ମଦ ପାଉଚ ଗୁଡିକରେ କୈାଣସି ଲାଇସେନ୍ସ ପ୍ରାପ୍ତ ମଦର ସିଲ୍ କିମ୍ବା ଲୋଗୋ ନଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବରେ ନକଲି ମଦ ବୋଲି ବିବେଚନା କରାଯାଉଛି, ଯାହା ଲ୍ୟାବ୍ ପରିକ୍ଷଣ ପରେହିଁ ନକଲି କି ଅସଲି ଜଣାପଡ଼ିବ । ପୋଲିସ ବର୍ତ୍ତମାନ ସୁଦ୍ଧା ଅଟୋ ଡ୍ରାଇଭର ରୋହିତ ଖରା ଓ କୁଡୁମୁଲୁଗୁମ୍ମା ଦେଶୀମଦ ଭାଟିର ସେଲ୍ସ ମ୍ୟାନ ଅଶୋକ ପାଶୱ।ନ୍ ଙ୍କୁ ଅଟକ ରଖି ପଚରାଉଚରା କରୁଛି ।



ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।