Hot Posts

6/recent/ticker-posts

ଡେପାପଡ଼ା ସାହିରେ ବିଶୁଦ୍ଧ ପାନୀୟ ଜଳ ସାତ ସପନ ନୂତନ ନଳକୂପ ଖନନ କେବେ ।

ଫିରିଙ୍ଗିଆ, ୧୯/୦୫ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ ୪ ନମ୍ବର ୱାର୍ଡର ଡେପାପଡ଼ା ଓ ତିଡ଼ିକନା ସାହରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଉକ୍ତ ଦୁଇଟି ସାହି ରେ ଦୀର୍ଘ ବର୍ଷ ଧରି ୨୫ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି । ହେଲେ ଏଠି ପ୍ରଶ୍ନବାଚି ସୃଷ୍ଟି ହେଉଛି ସରକାର ପରେ ସରକାର ବଦଳୁଛି ହେଲେ ସରକାର ଯୋଜନା ସଠିକ୍ ସ୍ଥାନରେ ପହଞ୍ଚିବା ରେ ଅସୁବିଧା ହେଉଛି ନା ଜାଣି ଶୁଣି ପ୍ରଶାସନ ନିରବ ଦୃଷ୍ଟା ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଦୂଷିତ ଚୂଆ ପାଣି ଉପରେ ନିର୍ଭର କରୁଛନ୍ତି ।ସେହି ଚୂଆ ପାଣିକୁ ବ୍ଯବହାର କରି ଅନେକ ଶିଶୁ ଓ ବୟସ୍କ ଲୋକ ରୋଗାଗ୍ରସ୍ତ ହେବା ସହ ଅମୂଲ୍ଯ ଜୀବନ ହରାଉଛନ୍ତି।ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଘେରରେ ଲୁଇସିଂ ପଞ୍ଚାୟତ ରାଇଗୁଡ଼ା ଗ୍ରାମ ର ଡେପାପଡ଼ା ଓ ତିଡ଼ିକନା ସାହିର ଜନସାଧାରଣ ଏଠାରେ ନା' ଭଲ ରାସ୍ତାଟିଏ ଅଛି ନା' ବିଶୁଦ୍ଧ ପାନୀୟ ଜଳର ଯୋଗାଣ ? ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ବର୍ଷ ଧରି ବାଧ୍ଯ ହୋଇ ଦୂଷିତ ଚୂଆ ପାଣି ଓ ନାଳ ପାଣି ଉପରେ ନିର୍ଭର କରି ଆସୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ଚିତ୍ର ଏଭଳି କି ଆଜ୍ଞା। ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଏହି ଗାଁ ର ଅନିରୁଧ ରଣା, କାର୍ତ୍ତିକ କହଁର, ପ୍ରମିଳା କହଁର, ଯୁବତୀ ରଣା, ହସ୍ତିନୀ ଦିଗାଲ, ସନ୍ତୋଜିନୀ କହଁର, ଭୂମିକା ଦିଗାଲ, ପ୍ରଭାତ କହଁର, ରଶ୍ମିତା ଦିଗାଲ, ଶଙ୍ଗିତା କହଁର ସମେତ ପୂର୍ବତନ ୱାର୍ଡ ମେମ୍ବର କାଜଲ ଦିଗାଲ ଏହି ଦୁଇଟି ସାହିରେ ଦୁଇଟି ନୂତନ ନଳକୂପ ଖନନ ନିମନ୍ତେ ଦାବି କରିଛନ୍ତି। ଯଦି ଏହି ସମସ୍ୟାକୁ ତୁରନ୍ତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ବାଧ୍ଯ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି । ଏନେଇ ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ବିଭାଗୀୟ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅଜିତ୍ ବେହେରା ଙ୍କୁ ପଚାରିବାରୁ ଶିଘ୍ର ତଦନ୍ତ କରାଯିବ ଓ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି।




କନ୍ଧମାଳ ରୁ ଜିଲ୍ଲା ପ୍ରତନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ