Hot Posts

6/recent/ticker-posts

ରବିଧାନ ପଞ୍ଜିକରଣ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

କଳାହାଣ୍ଡି, ୧୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ (ମେଗାଲିଫ୍ଟ) ରୁ ଜଳସେଚନ ପରେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ପାଖାପାଖି ୧୮,୮୮୫ ହେକ୍ଟର ଚାଷଜମି ରେ ରବି ଚାଷ କରିଛନ୍ତି ୧୫ ହଜାର ରୁ ଉର୍ଦ୍ଧ୍ବ ଚାଷି। ତେବେ ବିଡମ୍ବନା ଧାନ ଫସଲ ବିକ୍ରି ପୋର୍ଟାଲ ପି ପାସ ରେ ଏହି ଅଞ୍ଚଳ ର ଚାଷି ଙ୍କ ପାଇଁ କୌଣସି ତଥ୍ୟ ଉପଲବ୍ଧ ନଥିବାରୁ ଧାର୍ଯ୍ୟ ସମୟ ରେ ଅନ ଲାଇନ ରୁ ବଞ୍ଚିତ ରହିଛନ୍ତି ଚାଷି। ଏହାକୁ ନେଇ ବିଗତ ମାସେ ରୁ ଉର୍ଦ୍ଧ୍ବ ହେବ ମେଗାଲିଫ୍ଟ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ,ସଚିବ ସ୍ତରର ଅଧିକାରୀ ଙ୍କୁ ଭେଟି ଚାଷି ପ୍ରତିନିଧି ଓ ବିଧାୟକ ମାନେ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଲିଖିତ ଦାବିପତ୍ର ଅଭିଯୋଗ କରିଛନ୍ତି।ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷି ଙ୍କ ସମସ୍ୟା ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗତ ୧୨ ଦିନ ଧରି କୋକସରା ଠାରେ ୩ ବ୍ଲକ ର ମିଳିତ କୃଷକ ସଂଘଠନ ପକ୍ଷରୁ ସହ ଧାରଣା ଅନବରତ ଜାରି ରହିଛି। ତେବେ କୌଣସି ସୁଫଳ ନମିଳିବାରୁ ମଙ୍ଗଳବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷି ସଙ୍ଗଠନ। ୪ ବ୍ଲକ ର ବିଶାଳ ଚାଷି ଶୋଭାଯାତ୍ରା ବାଲାଜି ମନ୍ଦିର ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଚାଷି ସଙ୍ଘଠନ ପକ୍ଷରୁ ପ୍ରତିବାଦ ସଭା ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚାଷି ସମସ୍ୟା ସମାଧାନ କର ନଚେତ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହ ବୋଳି ଚେତାଇ ଦିଆଯାଇଛି।


ରିପୋର୍ଟ--- ବିଷ୍ଣୁ ଚରଣ ସ୍ୱାଇଁ କଳାହାଣ୍ଡି