Hot Posts

6/recent/ticker-posts

ପୂରଣ ହେଲା ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ

କଟକ, ୦୭/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ। ବହୁତ୍ ଦିନ ର ଅପେକ୍ଷା ପରେ ଜିଲ୍ଲା କୁ ମିଳିଲା ନୂଆ ଅଧ୍ୟକ୍ଷ। ସେ ପୁଣି ଆଉ କେହି ନୁହେଁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଶ୍ରୀ ବିଧାୟକ ଭାବରେ ନିଜ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିବା ପାଇଁ ସେ ଲୋକ ମାନଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି। ଆଜି ପୁଣି ଥରେ ନୂଆ ପଦ ପାଇ ସେ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ଆହୁରି କହିଛନ୍ତି ଜିଲ୍ଲାରେ ଯାହା ବି ସମସ୍ୟା ରହିଛି ସେ ସବୁ ସମାଧାନ କରିବେ। ଆଜି ତାଙ୍କର ସମର୍ଥକ ଙ୍କ ସହ ଶ୍ରୀ ବିଧାୟକ ସହର ସାରା ଶୋଭାଯାତ୍ରା ପରିକ୍ରମା କରି ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା। ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଲୋକ ଙ୍କ ସହ ବହୁ ବରିଷ୍ଠ, ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ।

କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ