Hot Posts

6/recent/ticker-posts

ମା ବିଡ୍ରି ଶକ୍ତି ପୀଠରୁ ଲକ୍ଷାଧିକ ସୁନା ଗହଣା ଲୁଟ

ଝରିଗାଁ, ୦୭/୦୫ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ଅଧୀନ ମା ବିଡ୍ରି ଠାକୁରାଣୀଙ୍କ ପ୍ରତିଷ୍ଠିତ ଶକ୍ତି ପୀଠରୁ ଲକ୍ଷାଧିକ ସୁନା ,ରୂପା, ଅଳଂକାର ଇତ୍ୟାଦି ଚୋରି ହୋଇଥିବା ଅଭିଯୋଗ ହୋଇଛି| ମାଙ୍କ ଶକ୍ତି ପୀଠରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରୁଥିବା ବେଳେ ଭକ୍ତ ମାନଙ୍କ ଦେଇଥିବା ବିଭିନ୍ନ ପ୍ରକାର ସୁନା, ରୂପରେ ତିଆରି ଅଳଙ୍କାର କୁ ଦୃର୍ବୁତ୍ତ ମାନେ ନେଇଥିବା ଜଣାପଡିଛି। ପ୍ରତିଦିନ ଭଳି ଆଜି ବି ସକାଳ ପ୍ରାୟ ୫ଟାରେ ସେବାୟତ ମାନେ ମାଙ୍କ ପୀଠକୁ ଦୁଆପଚା କରିବା ପାଇଁ ଆସି ଦେଖିବାକୁ ପାଇଲେ ଯେ ପ୍ରକୋଷ୍ଠ ଓ ଗନ୍ତାଘରର ତାଲା ଭାଙ୍ଗି ଥିବା ଦେଖି ସଙ୍ଗେ ସଙ୍ଗେ ସେବାୟତ ମାନେ ପରିଚାଳନା କମିଟିର ସଦସ୍ୟଙ୍କୁ ଏବଂ ପୂଜାରୀଙ୍କୁ ମଧ୍ୟ ଜଣାଇଥିଲେ | ପରେ କମିଟିର ସଦସ୍ୟା ଆସି ଜାଣିବାକୁ ପାଇଲେ ଯେ ପ୍ରକୋଷ୍ଟ୍ ଓ ଗନ୍ତା ଘରେ ତାଲା ଭାଙ୍ଗି ଥିବା ଦେଖି ଉମରକୋଟ ଥାନାକୁ ଜଣାଇଥିଲେ | ଏହି ଖବର ଅଞ୍ଚଳବାସୀ ଶୁଣିଲା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ | ଯାହାକୁ ନେହି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି | ଦୃର୍ବୁତ୍ତ ମାନେ ରାତ୍ରି ପ୍ରାୟ ୧୧ ଘଣ୍ଟା ପରେ ମନ୍ଦିରରେ ୪ ଗୋଟି ପ୍ରକୋଷ୍ଟ ସହ ଦୁଇଟି ଗନ୍ତାଘର ର ତାଲା ଭାଙ୍ଗି ମା ଠାକୁରାଣୀଙ୍କ ନିମ୍ନ ପ୍ରସାଧନି ମାନ ଚୋରି କରି ନେଇ ଥିବା ସୂଚନା ମିଳିଛି | ସୂଚନା ପ୍ରକାର ମାଙ୍କ ମନ୍ଦିରରେ ସନ୍ଧ୍ୟା ପରେ କେହି ନ ଥିବାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ମା ବିଡ୍ରି ଠାକୁରାଣୀଙ୍କ ଗନ୍ତାଘର ରେ ତାଲା ଭାଙ୍ଗି ମାଙ୍କ ପୂଜାରେ ବ୍ୟବହାରରେ ଲାଗୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଯଥା , ରୂପା ମୁକୁଟ ୧୫ ଗୋଟି ,ପ୍ରାୟ ୨ କେଜି, ଚତ୍ରି ଚାରିଗୋଟି ପ୍ରାୟ ୧ କେଜି , ପିତଳ ଥାଳି ବଡ଼ ୩ ଗୋଟି, ପିତଳ ଘଣ୍ଟି ୨ ଗୋଟି ପିତଳ ଥାଳି ଛୋଟ ୪ ଗୋଟି ପ୍ରାର୍ଷା ଟାଙ୍ଗିଆ ୨ ଗୋଟି ମନ୍ଦିରରେ ପ୍ରତିଦିନ ସକାଳ ସନ୍ଧ୍ୟା ରେ ବାଜୁଥିବା ମାଇକ ସେଟ୍ , ମାଙ୍କୁ ଦାନ କରିଥିବା ଦକ୍ଷିଣା ୫ ହଜାର ଟଙ୍କା ହୁଁଣ୍ଡିରୁ କାଡି ନେଇଥିବା ସୂଚନା ମିଳିଛି | ଚୋରି ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି|ଏନେଇ ଆଜି ସକାଳେ ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ,ରାଜେଶ କୁମାର ଜେନା, ଅରୁଣ ପନକା, କେଦାରେଶ୍ୱର ପଟ୍ଟନାୟକ,  ଦେବିସିଂ ପୂଜାରୀ, ରୁପଚାନ୍ଦ୍ ସରକାର, ପ୍ରମୁଖ ଉପସ୍ଥିତିରେ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |