ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା
ସିନାପାଲି, ୦୭/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମରେ ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ତାଙ୍କ ସୁପୁତ୍ର ଶ୍ରୀ ଦୁର୍ଗୁ ନିଆଲଙ୍କ ବାସଭବନ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସିନାପାଲି ବ୍ଲକ ଯାଦବ ସମାଜର ସଭାପତି ଶ୍ରୀ ଲିଙ୍ଗରାଜ ଘିଭେଲାଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାକୁ ନୂଆପଡା ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସତ୍ୟବ୍ରତ ଗହୀର ପରିଚାଳନା କରିଥିଲେ। ସର୍ବପ୍ରଥମେ ନିମନ୍ତ୍ରିତ ଅତିଥି ଓ ସାମାଜିକ ବନ୍ଧୁବାନ୍ଧବମାନେ ସ୍ବର୍ଗତ ଆତ୍ମାଦ୍ୱୟଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଫୁଲ ଓ ଚନ୍ଦନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆତ୍ମାଦ୍ୱୟଙ୍କ ଶାନ୍ତି ଓ ସଦଗତି କାମନାରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ଚାରିଗଡ଼ ଯାଦବ ସମାଜର ସଭାପତି ଶ୍ରୀ କେନୁରାମ ଯାଦବ, ସମ୍ପାଦକ ହଳଧର ଯାଦବ, ଶିକ୍ଷାବିତ ସକିତ ରତେ, ନୂଆପଡା ଜିଲ୍ଲା ଯାଦବ ସମାଜର ସମ୍ପାଦକ ଶ୍ରୀ ତ୍ରିନାଥ ପୁଞ୍ଜି, ଖଡ଼ିଆଳ ବ୍ଲକ ସଭାପତି ଶ୍ରୀ କୀର୍ତନ୍ୟ ପୋଡ଼, ଗୋକୁଳ ଭୋଇ, ରାମଚନ୍ଦ୍ର କଟା, ନିତ୍ୟାନନ୍ଦ କଟା, ଜଗଦିଶ ନାଗ, ତୁଳସୀରାମ ବାଗ, ଲୋକନାଥ ଛତ୍ରିଆ, ଠାକୁର ନାଗ, ରିଖିରାମ ବାଗଙ୍କ ସହ ସିନାପାଲି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଶ୍ରୀ ସୁରେଶ୍ୱର ମେହେର, ପ୍ରଦୀପ ଠାକୁର, ନାରାୟଣ ବେହେରା, ପ୍ରଭାତ କୁମାର ପାତ୍ର, ଲକ୍ଷ୍ମଣ ପ୍ରଧାନ ଓ ଧବଳେଶ୍ୱର ମେହେର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାଦ୍ୱୟଙ୍କ ଆଦର୍ଶ, ବନ୍ଧୁପ୍ରେମ, ସରଳତା ଓ ନିରହଂକାର ଜୀବନଶୈଳୀ ଉପରେ ସ୍ମୃତିଚାରଣ କରିଥିଲେ।